ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ନିର୍ଦ୍ଦେଶ

ଯାଜପୁର ଟାଉନ,୨୩ା୬, (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଯାଜପୁର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମବାୟ ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଏମ୍‌ପି ରବୀନ୍ଦ୍ର ନାରାୟଣ ବେହେରା, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବଡ଼ଚଣା ବିଧାୟକ ଅମର ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା ଏବଂ ଜିଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲାପାଳ(ରାଜସ୍ବ) ଶୁଭେନ୍ଦ୍ର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ଅତିଥିମାନେ ମା’ ବିରଜାଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ବୈଠକକୁ ଉଦ୍‌ଘାଟନ କରିଥିଲେ।
ବୈଠକରେ କଣ୍ଟ୍ରୋଲ୍‌ରୁମ୍‌ କାର୍ଯ୍ୟକାରିତା, ନଦୀବନ୍ଧଗୁଡ଼ିକର ସୁଦୃଢ଼ୀକରଣ ସହ ବନ୍ୟା ଜଳ ଓ ବର୍ଷାଜଳ ଜମୁଥିବା କୃତ୍ରିମ ବନ୍ୟା ସ୍ଥାନଗୁଡ଼ିକରୁ ଜଳ ନିଷ୍କାସନ, ବନ୍ୟାପ୍ରବଣ ଅଞ୍ଚଳ ଗୁଡ଼ିକରେ ନୋଡାଲ ଅଫିସର ନିଯୁକ୍ତି ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଦୈନନ୍ଦିନ ସ୍ଥିତି ରିପୋର୍ଟ ଜିଲା ପ୍ରଶାସନକୁ ଦେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବିପର୍ଯ୍ୟୟ ପୂର୍ବରୁ ସଚେତନତା ବାର୍ତ୍ତା ଦେବା, ଅସ୍ଥାୟୀ ୱାରଲେସ୍‌ କେନ୍ଦ୍ର କାର୍ଯ୍ୟ କରିବା, ଦୂର ସଞ୍ଚାର ସେବା ଯୋଗାଇବା, ବନ୍ୟାପ୍ରବଣ ଅଞ୍ଚଳରେ ପାୱାର ବୋଟ ମହଜୁଦ ରଖିବା ସହ ସୁଖିଲା ଖାଦ୍ୟ, ଔଷଧ, ଗୋ ଖାଦ୍ୟ, ପାନୀୟ ଜଳ, ପଲିଥିନ୍‌ ଓ ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକୁ ପ୍ରସ୍ତୁତ କରି ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଲୋକଙ୍କୁ ସ୍ଥାନାନ୍ତରଣ ନିମନ୍ତେ ଆଗୁଆ ଯୋଜନା ପ୍ରସ୍ତୁତ କରିବା, ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌, ଅଗ୍ନିଶମ ବାହିନୀ ସଜାଗ ରଖିବା ଓ ଅସ୍ଥାୟୀ ଭାବେ ହେଲି ପ୍ୟାଡ ସ୍ଥାନ ନିରୂପଣ କରିବା ସ୍ଥିର କରାଯାଇଥିଲା। ରିଲିଫ୍‌ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବା, ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରିବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ବିପର୍ଯ୍ୟୟ ପ୍ରାକ୍‌ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ପୁନରୁଦ୍ଧାର, ଥଇଥାନ ଓ ବିପର୍ଯ୍ୟୟ ପରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଓ ପରିମଳ ସେବା ଉପରେ ଅତିରିକ୍ତ ଜିଲାପାଳ ସୂଚନା ପ୍ରଦାନ କରିଥିଲେ।
କୋରେଇ ବିଧାୟକ କୋରେଇ ଏବଂ ବନ୍ଦାଳୋ ପଞ୍ଚାୟତର ବନ୍ୟାପ୍ରବଣ ଅଞ୍ଚଳ ନଦୀବନ୍ଧକୁ ପଥର ପ୍ୟାକିଂ କରିବା, ବ୍ୟାପକ ଚାରା ରୋପଣ କରି ଜିଲାରେ ପ୍ରଦୂଷଣକୁ ରୋକିବା ଓ ପରିବେଶ ସନ୍ତୁଳନ ଦିଗରେ ପ୍ରସ୍ତାବ ଆଗତ କରିଥିଲେ। ଜିଲାପାଳ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିବା ସହ ଜିଲାରେ ବନ୍ୟା ଓ ବର୍ଷା ଜଳ ନିଷ୍କାସନ ଦିଗରେ ଆବଶ୍ୟକ ସ୍ଥଳେ ସ୍ଥାୟୀ ସମାଧାନ ନିମନ୍ତେ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ପାଇଁ ସରକାରଙ୍କୁ ଅବଗତ କରାଯିବ ବୋଲି ଉଲ୍ଲେଖ କରିଥିଲେ।
ବିଞ୍ଝାରପୁର ବିଧାୟିକା ତାଙ୍କ ନିର୍ବାଚନମଣ୍ଡଳୀ ଅଧୀନ ଦଶରଥପୁର ଓ ବିଞ୍ଝାରପୁର ବ୍ଲକ୍‌ ଅଞ୍ଚଳ ବନ୍ୟାପ୍ରବଣ ହୋଇଥିବାରୁ ଅଧିକ ପାୱାର ବୋଟ୍‌ ପ୍ରଦାନ କରିବାକୁ ପ୍ରସ୍ତାବ ରଖିଥିଲେ। ଜିଲାପାଳ ଜିଲାରେ ୩୬ ପାୱାର ବୋଟ୍‌ ସମସ୍ତ ବ୍ଲକ୍‌କୁ ବଣ୍ଟନ କରାଯାଇଥିବା କହିଥିଲେ। ଏଥିସହିତ ଜିଲାକୁ ଅଧିକ ବୋଟ୍‌ ଯୋଗାଇ ଦେବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଅନୁରୋଧ କରାଯିବ ବୋଲି ପ୍ରକାଶ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷାଅଧ୍ୟକ୍ଷ, ବିଡିଓ, ତହସିଲଦାର, ଅତିରିକ୍ତ ଉପଜିଲାପାଳ ମନୋରମା ଜାଲି, ଜିଲା ଜରୁରୀ ଅଧିକାରୀ ଅଶୋକ ବେହେରା, ଡେପୁଟି କଲେକ୍ଟର ସୋନମ୍‌ ଦାସ, ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟର ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ଜିଲାସ୍ତରୀୟ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ ବେହୁରିଆ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ସିଏଜି ରିପୋର୍ଟରେ ଚାଞ୍ଜଲ୍ୟକର ଖୁଲାସା:ଜଙ୍ଗଲ ଜମିରେ ଓଏମ୍‌ସିର ଖଣି ଖନନ

ଯାଜପୁର,୧୯ା୯(ହର୍ଷବର୍ଦ୍ଧନ ବେହେରା):ବିନା ଅନୁମତିରେ ଜଙ୍ଗଲ ଜମିର ବ୍ୟବହାର କାରଣରୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଡୁଆରେ ପଡିଛି। ଏଥିଯୋଗୁ ଓଏମ୍‌ସିକୁ ୪୭.୧୨ କୋଟି ଟଙ୍କା ଜରିମାନା ଦେବାକୁ...

କାର ଭିତରେ ଅଜଗର: ୫ ଘଣ୍ଟା ଉଦ୍ୟମ ପରେ ହେଲା ଉଦ୍ଧାର

ଯାଜପୁର,୧୬।୯: କାର ଭିତରୁ ବାହାରିଲା ଅଜଗର। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମ ନିକଟରେ। ଜଣେ...

ରୂପେଶଙ୍କ ଅଭିଯୋଗକୁ ଖଣ୍ଡନ କଲେ ସ୍ମୃତିରେଖା

ଧର୍ମଶାଳା/କାଏମା,୧୬ା୯(ବଟକୃଷ୍ଣ ପରିଡ଼ା/ ଶିବପ୍ରସାଦ ମହାନ୍ତ): ଯାଜପୁର ଜିଲା ଧର୍ମଶାଳାର ଭାଜପା ନେତ୍ରୀ ସ୍ମୃତିରେଖା ପହି ରୂପେଶ ଭଦ୍ରଙ୍କୁ ଟଙ୍କା ମାଗିବା ସହ ତାଙ୍କୁ ବ୍ଲାକମେଲ କରିଥିବା...

ଏମ୍‌ଆଇପି ପୋତିଦେବାକୁ ଷଡ଼ଯନ୍ତ୍ର

ଯାଜପୁର,୧୪ା୯(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାର କୃଷିର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେଜଣ...

ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ୫ ଏକର ଜମିରେ…

କଳିଙ୍ଗନଗର,୯ା୯(ଶୁଭାଶିଷ ରାଉତ): ଯାଜପୁର ଜିଲାର ଦାନଗଦି ତହସିଲ ଅଞ୍ଚଳରେ ବହୁସଂଖ୍ୟକ ଭୂମିହୀନ ଖଣ୍ଡେ ବାସଗୃହ ନିର୍ମାଣ କରିବାକୁ ଜମି ପାଉନାହାନ୍ତି। ସେମାନେ ଏକ ଗୁଣ୍ଠ ଜମି...

ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri