Categories: ଜାତୀୟ

ଏନ୍‌ସି ନେତାଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫ା୯: ୨୦୧୮ରେ ଜମ୍ମୁ-କଶ୍ମୀର ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ୍‌’ ସ୍ଲୋଗାନ ଦେଇଥିବା ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ମହମ୍ମଦ ଆକବର ଲୋନ୍‌ଙ୍କୁ ଦିନକ ମଧ୍ୟରେ ସତ୍ୟପାଠ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ସେ ଭାରତର ସମ୍ବିଧାନକୁ ମାନୁଥିବା, ଦେଶର ସାର୍ବଭୌମତ୍ୱ ଏବଂ ଜମ୍ମୁ-କଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରିବେ। ବିଚ୍ଛିନ୍ନତାବାଦୀ ଶକ୍ତିଙ୍କ ସମର୍ଥନରେ ବିଧାନସଭାରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇ ଲୋନ୍‌ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରିବାରେ ଲୋନ୍‌ ହେଉଛନ୍ତି ମୁଖ୍ୟ ପିଟିଶନର। ସୋମବାର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଲୋନ୍‌ ସର୍ବୋଚ୍ଚ ଅଦାଲତଙ୍କୁ କ୍ଷମା ମାଗିବା ସହ ଭାରତର ସମ୍ବିଧାନ ପ୍ରତି ତାଙ୍କର ନିଷ୍ଠା ଥିବା ପ୍ରମାଣ ଦେଇ ସତ୍ୟପାଠ ଦାଖଲ କରନ୍ତୁ।

Share