ଡାକ୍ତରମାନେ ସ୍ପଷ୍ଟ ହସ୍ତାକ୍ଷରରେ ଚିଠା ଲେଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୨।୧(ଅସମାପିକା ସାହୁ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏନେଇ ରାଜ୍ୟ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ଅର୍ଡର ଜାରି କରିଛି। ଡାକ୍ତରୀ ଚିଠା, ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରାଞ୍ଜଳ ଭାବେ କ୍ୟାପିଟାଲ ଲେଟର, ଟାଇପ କିମ୍ବା ଗୋଲ ଅକ୍ଷରରେ ଲେଖିବାକୁ କୁହାଯାଇଛି। ଲେଖା ଏମିତି ହେବା ଦରକାର ଯେମିତି କିଛି ସମସ୍ୟା ନ ହେବ। ରାଜ୍ୟର ସମସ୍ତ ମେଡିକାଲ ସେଣ୍ଟର, ଘରୋଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିଯାଇଛି।

Share