Categories: ବାଣିଜ୍ୟ

ପର୍ଯ୍ୟାପ୍ତ ନୁହେଁ ସରକାରଙ୍କ ସହାୟତା: ଅଭିଜିତ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି। ଦେଶଗୁଡିକରେ ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ବୃହତ୍‌ ହ୍ରାସ ଦେଖାଯାଇଛି। ଏ କ୍ଷେତ୍ରରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ରହିଛି। ଭାରତରେ ଉପୁଜିଥିବା ସମସ୍ୟା ସମାଧାନ କରିବା ଲାଗି କେନ୍ଦ୍ର ସରକାର ଆର୍ଥତ୍କ ପ୍ୟାଜେକ ଘୋଷଣା କରିଛନ୍ତି। ହେଲେ ସମସ୍ୟା ସମାଧାନ କରିବା ଏବଂ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଲାଗି ଏହି ପ୍ୟାକେଜ ପର୍ଯ୍ୟାପ୍ତ ନୁହେଁ ବୋଲି ନୋବେଲ ବିଜେତା ଭାରତ ଜନ୍ମିତ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ମତ ପ୍ରକାଶ କରିଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ସମୟରେ ଭାରତ ଅଭିବୃଦ୍ଧି ପଥକୁ ଫେରିବ ବୋଲି ସେ ଏକ ଭର୍ଚୁଆଲ କନ୍‌ଫରେନ୍ସରେ ଏହା କହିଛନ୍ତି। ସେ ପୁଣି କହିଛନ୍ତି ଯେ, କୋଭିଡ୍‌ ଯୋଗୁ ଭାରତର ଆର୍ଥତ୍କ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଛି। ଚଳିତ ବର୍ଷ ତୁଳନାରେ ୨୦୨୧ ବର୍ଷରେ ଅଭିବୃଦ୍ଧିରେ ଆହୁରି ଉନ୍ନତି ଆସିବ। ଭାରତ ସରକାର ଯେଉଁ ଆର୍ଥତ୍କ ସହାୟତା ଦେଇଛନ୍ତି ତାହା ପର୍ଯ୍ୟାପ୍ତ ହେବନାହିଁ। ଏ ଦିଗରେ ଅଧିକ ପଦକ୍ଷେପ ନେବା ଆବଶ୍ୟକତା ରହିଛି। ସରକାର ନିମ୍ନ ଆୟକାରୀ ବର୍ଗଙ୍କ ହାତରେ ଟଙ୍କା ଉପଲବ୍ଧ ହେବା ଭଳି କିଛି ପଦକ୍ଷେପ ନେଇ ନାହାନ୍ତି। ଫଳରେ ଏହା ଚାହିଦା ବୃଦ୍ଧି ଦିଗରେ ଯୋଗଦାନ ରଖିପାରୁନାହିଁ। ଭାରତକୁ ସାରା ବିଶ୍ୱ ତୁଳନାରେ ଅଧିକ ପ୍ରତିଦ୍ୱନ୍ଦ୍ୱୀ ହେବାକୁ ପଡିବ ବୋଲି ସେ ମତ ପ୍ରକାଶ କରିଛନ୍ତି।

Share