୫ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ଗାଏବ। ଆସନ୍ତା ୩ ଦିନ ଯାଏ ବର୍ଷାର ସମ୍ଭାବନା ନାହିଁ। ଗୋଟିଏ କିମ୍ବା ଦୁଇଟି ସ୍ଥାନକୁ ବାଦ୍‌ ଦେଲେ ରାଜ୍ୟରେ ବର୍ଷାର ସୂଚନା ନାହିଁ। ପାଣିପାଗ ବିଭାଗ ଅନୁଯାୟୀ ରାଜ୍ୟରେ ଜୁନ୍‌ ପହିଲାରୁ ଜୁଲାଇ ୧୭ ମଧ୍ୟରେ ସ୍ବାଭାବିକ ଠାରୁ ମାତ୍ର ୧% ଅଧିକ ବର୍ଷା ହୋଇଛି। ଏହି ସମୟରେ ୩୯୩.୩ ମିମି ବର୍ଷା ହେବାକୁ ଥିବାବେଳେ ହୋଇଛି ମାତ୍ର ୩୯୬.୩ ମିମି। ତେବେ ରାଜ୍ୟର ୫ଟି ଜିଲାରେ ଅନାବୃଷ୍ଟି ପରିସ୍ଥିତି ସୃଷ୍ଟି ହୋଇଛି।

Share