ମା’ କାଳୀଙ୍କୁ ଅପମାନ: ୟୁକ୍ରେନକୁ ସମାଲୋଚନା କଲା ରୁଷିଆ …

ମସ୍କୋ,୩।୫ : ୟୁକ୍ରେନର ପ୍ରତିରକ୍ଷା ବିଭାଗ ଦ୍ୱାରା ହିନ୍ଦୁ ଦେବୀ ମା କାଳୀଙ୍କୁ ଉପହାସ କରିବା ପ୍ରସଙ୍ଗରେ ଭାରତକୁ ରୁଷିଆର ସମର୍ଥନ ମିଳିଛି। ରୁଷିଆ ୟୁକ୍ରେନର ଏହି କାର୍ଯ୍ୟକୁ ନିନ୍ଦା କରିଛି ଏବଂ ୟୁକ୍ରେନକୁ ନାଜିଜିମ ସହିତ ତୁଳନା କରିଛି। ସୂଚନଯୋଗ୍ୟ,ୟୁକ୍ରେନର ପ୍ରତିରକ୍ଷା ବିଭାଗ ନିକଟରେ ଏକ ଟୁଇଟ କରିମା କାଳୀଙ୍କ ଉପରେ ଆପତ୍ତିଜନକ ଫଟୋ ଶେୟାର କରିଥିଲା। ତେବେ ବିବାଦ ପରେ ୟୁକ୍ରେନ ଏହି ଟୁଇଟକୁ ଡିଲିଟ କରିଦେଇଛି।

ମିଳିତ ଜାତିସଂଘରେ ରୁଷିଆର ପ୍ରତିନିଧୀ ଦିମିତ୍ରୀ ପଲିନସ୍କି କହିଛନ୍ତି,ହିନ୍ଦୁ, ମୁସଲମାନ ହେଉ କିମ୍ବା ଖ୍ରୀଷ୍ଟିଆନ ଧର୍ମ ହେଉ, କିଭ ସରକାର କାହାର ବିଶ୍ୱାସ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ୟୁକ୍ରେନ ସୈନିକମାନେ କୋରାନ ଜାଳୁଛନ୍ତି, ମା କାଳୀଙ୍କୁ ପରିହାସ କରୁଛନ୍ତି ଏବଂ ଖ୍ରୀଷ୍ଟିଆନମାନଙ୍କର ପବିତ୍ର ସ୍ଥାନଗୁଡିକ ନଷ୍ଟ କରୁଛନ୍ତି। ସେମାନେ କେବଳ ନାଜି ଚିନ୍ତାଧାରାରେ ବିଶ୍ୱାସ କରନ୍ତି।

ୟୁକ୍ରେନ ସରକାର ମଧ୍ୟ ଏହାର ପ୍ରତିରକ୍ଷା ବିଭାଗର ଟୁଇଟ ପାଇଁ କ୍ଷମା ପ୍ରାର୍ଥନା କରି ସାରିଛନ୍ତି। ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନ ଜାପ୍ରୋଭା ଏକ ବିବୃତ୍ତି ଜାରି କରି କହିଛନ୍ତି, ହିନ୍ଦୁ ଦେବୀ ମା କାଳୀଙ୍କୁ ଭୁଲ ଉପାୟରେ ଦେଖାଇଥିବାରୁ ଆମେ ଏବଂ ଆମର ପ୍ରତିରକ୍ଷା ବିଭାଗ ଲଜ୍ଜିତ। ୟୁକ୍ରେନ ଏବଂ ୟୁକ୍ରେନର ଲୋକମାନେ ଭାରତୀୟ ସଂସ୍କୃତିକୁ ସମ୍ମାନ କରନ୍ତି ଏବଂ ସେମାନଙ୍କର ସମର୍ଥନକୁ ପ୍ରଶଂସା କରନ୍ତି। ସେହି ଫଟୋ ଅପସାରିତ ହୋଇଛି ଏବଂ ଆମେ ପାରସ୍ପରିକ ସହଯୋଗ ଏବଂ ପାରସ୍ପରିକ ସମ୍ମାନ ବୃଦ୍ଧି ପାଇଁ ଉତ୍ସର୍ଗୀକୃତ ରହିଛୁ ।

Share