Categories: ଜାତୀୟ

ହିନ୍ଦୁ ଦେବୀଙ୍କୁ ଅପମାନ, ଟୁଇଟର ଇଣ୍ଡିଆ ଏମ୍‌ଡ଼ି ବିରୋଧରେ ଅଭିଯୋଗ…

ନୂଆଦିଲ୍ଲୀ,୪।୭: ଟୁଇଟର ବିରୋଧରେ ଅଭିଯୋଗ ଥମିବାର ନାଁ ଧରୁନି। ଏବେ ହିନ୍ଦୁ ଦେବାଦେବୀଙ୍କ ଅପମାନ କରାଯାଇଥିବା ନେଇ ଟୁଇଟର ଇଣ୍ଡିଆ ଏମ୍‌ଡ଼ି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି। ଆଇନଜୀବୀ ଆଦିତ୍ୟ ସିଂ ଏନେଇ ଅଭିଯୋଗ କରିଛନ୍ତି। ମା’ କାଳୀଙ୍କୁ ନେଇ କେତେକ ଆପତ୍ତିଜନକ କଣ୍ଟେଟ୍‌ ଲେଖାଯାଇଥିବାରୁ ଆଦିତ୍ୟ ଏମ୍‌ଡ଼ି ମନୀଷ ଏବଂ ଏଥିଷ୍ଟ୍‌ ରିପବ୍ଲିକ୍‌ ବିରୋଧ ଅଭିଯୋଗ ଦିଲ୍ଲୀ ପୋଲିସର ସାଇବର ସେଲ୍‌ରେ ଦାଖଲ କରିଛନ୍ତି। ଆଇଟି ନିୟମକୁ ପାଳନ ନକରିବାରୁ ଭାରତ ସରକାର ଟୁଇଟରକୁ ସୁରକ୍ଷା ଦେବାକୁ ମନା କରିଥିଲେ। ଏହାପରେ ଟୁଇଟରର ସମସ୍ୟା ଧୀରେଧୀରେ ବଢ଼ିବାରେ ଲାଗିଛି। ପୂର୍ବରୁ ଗାଜିଆବାଦ୍‌ରେ ଏକ ଭାଇରାଲ ଭିଡ଼ିଓ ନେଇ ଟୁଇଟର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇ ସାରିଛି।

Share