ଚାଷୀଙ୍କୁ ସହଯୋଗ କରୁନି ବୀମା କମ୍ପାନୀ

ନୟାଗଡ଼ ଅଫିସ,୨୮।୯: ଜିଲା ପରିଷଦର ସମ୍ମିଳନୀ କକ୍ଷ ସୃଜନରେ ମଙ୍ଗଳବାର ଜିଲା ଉନ୍ନୟନ କୋର୍ଡିନେଶନ ଆଣ୍ଡ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
କମିଟିର ଅଧ୍ୟକ୍ଷ କଟକ ଏମ୍‌ପି ଭର୍ତ୍ତୃହରି ମହତାବ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ବେହେରା, ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲାପାଳ ପୋମା ଟୁଡୁ, ଜିଲା ପରିଷଦର ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ ପ୍ରମୁଖ ସମୀକ୍ଷା କରିଥିଲେ । ଜିଲା ପରିଷଦ ସଭ୍ୟ, ବ୍ଲକ୍‌ ଅଧ୍ୟକ୍ଷମାନେ ମଧ୍ୟ ସମୀକ୍ଷାରେ ଭାଗ ନେଇଥିଲେ । ଯେଉଁ ଗଁାରେ ମୋବାଇଲ ସେବା ନାହିଁ ସଂପୃକ୍ତ ଅଞ୍ଚଳରେ କିପରି ମୋବାଇଲ ସେବା ପହଞ୍ଚି ପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି ।
ତେବେ ଫସଲ ବୀମା ଯୋଜନା ପାଇଁ କାର୍ଯ୍ୟ କରୁଥିବା ବୀମା କମ୍ପାନୀ ଚାଷୀଙ୍କୁ ସଚେତନତା ଓ ସହଯୋଗ କରୁ ନ ଥିବାରୁ ଗୃହରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏପରି କି ଅଧ୍ୟକ୍ଷ ନିଜେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥଲେ।
ପ୍ରଧାନମନ୍ତ୍ରୀ ରାସ୍ତା ମରଣଯନ୍ତା ପାଲଟିଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଣଦେଖା କରୁଥିବାରୁ ଅନୁରୂପ ଭାବେ କ୍ଷୋଭ ପ୍ରକାଶ ପାଇଥିଲା। ଚାଷୀମାନଙ୍କୁ କୃଷି ସମେତ ଅନ୍ୟାନ୍ୟ ଋଣ ଯୋଗାଇବାରେ ବ୍ୟାଙ୍କ ସହଯୋଗ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।
ଭୂମିହୀନ ଲୋକଙ୍କୁ ଘର ଯୋଗାଇ ଦେବାକୁ ଗୁରୁତ୍ୱାରୋପ କରିଥିଲେ ଅଧ୍ୟକ୍ଷ।
ଜିଲାରେ ରଣପୁର ବ୍ଲକ୍‌ର ବନ୍ଦମୁଣ୍ଡା, ପଟିଆ, ନୂଆଗଁା,ଗଣିଆ ବ୍ଳକରେ ୫ଶହରୁ ଊର୍ଦ୍ଧ୍ୱ ଗଁା ରହିଛି ଯେଉଁଠାରେ ମୋବାଇଲ ସେବା କାମ କରୁନି । ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ ସେବା ନ ଥିବାରୁ ସରକାରୀ କାର୍ଯ୍ୟରେ ବି ବାଧା ସୃଷ୍ଟି ହେଉଛି । ଏପରି କି କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ବିଫଳ ହୋଇଛି । ଏଣୁ ଆସନ୍ତା ବୈଠକକୁ ଘରୋଇ ମୋବାଇଲ ସେବା ପ୍ରଦାନ କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବୈଠକକୁ ଡାକିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ତେବେ ଜିଲାରେ ବିଏସ୍‌ଏନ୍‌ଏଲ ୪ଜି ସେବା ଆରମ୍ଭ ପାଇଁ ସର୍ଭେ ଆରମ୍ଭ କରିଛି । ନୟାଗଡ଼ ଜିଲାର ୧୨୧ ଟି ଗଁା ମଧ୍ୟରୁ ୮୦ଟି ଗଁାରେ ଟାୱାର ବସାଇବାକୁ ନିଷ୍ପତ୍ତି ନେଇଛି । ସାଇଟ ସିଲେକସନ କରିବା ପାଇଁ ଜିଲାପାଳଙ୍କ ସହଯୋଗ ଲୋଡିଛି । ଅନ୍ୟପକ୍ଷେ କେତେକ ସ୍ଥାନରେ ୩ ଜି ଟାୱାରଗୁଡିକୁ ୪ଜି କରାଯିବବୋଲି କୁହାଯାଇଛି । ତେବେ ବିଏସ୍‌ଏନ୍‌ଏଲ୍‌ ଘରୋଇକରଣ ହେବା ନେଇ ଚର୍ଚ୍ଚା ହେଉଥିବା ଖଣ୍ଡପଡ଼ା ବିଧାୟକ କହିଥିଲେ । ଜିଲାରେ ୪୭୬ ଜଣ ଭୂମିହୀନଙ୍କ ମଧ୍ୟରୁ ୧୫୩ଜଣଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିବା କୁହାଯାଇଛି ।
ଜିଲାରେ କେତେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ ଅଛନ୍ତି ଓ କେତେ ପଦବୀ ଖାଲି ପଡିଛି ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଦେଇ ପାରି ନ ଥିଲା । ସିଡିଏମ୍‌ଓ ଗୃହରେ ଅନୁପସ୍ଥିତ ଥିବାବେଳେ ଜନସ୍ବାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ନୌସଦ ଅଲ୍ଲୀ ଖଁା ହଟହଟା ହୋଇଥିଲେ ।
୧୦୦ ଶର୍ଯ୍ୟା ବିଶିଷ୍ଟ ମୋ ସରକାର ଗୃହ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଡିସେମ୍ବର ୧୫ ପରେ ଲୋକାର୍ପଣ ହେବ ବୋଲି କୁହାଯାଇଛି । ଉଦ୍ୟାନ ବିଭାଗର ଅଧିକାରୀ ମଧ୍ୟ ଜିଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀଙ୍କ ପ୍ରଶ୍ନ ବୁଝି ନ ପାରି ଭୁଲ ଉତ୍ତର ଦେଇ ଅପଦସ୍ତ ହୋଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୧, ୨ ଓ ୩ ପର୍ଯ୍ୟାୟର କାମ ଚାଲିଛି । ହେଲେ ଅଧିକାଂଶ ରାସ୍ତା ମରଣଯନ୍ତା ପାଲଟିଥିଲେ ମଧ୍ୟ ଆଇନକାନନକୁୁ ଦେଖାଇ ମରାମତି କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଏପରି କି ଖାଲଖମାରାସ୍ତାକୁ ତୁରନ୍ତ ମରାମତି କରିବାକୁ ସମସ୍ତେ ତାଗିଦ୍‌ କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନୂଆ ରାସ୍ତାକୁ ସାମିଲ କରିବା ପାଇଁ ସଭ୍ୟମାନେ ପ୍ରସ୍ତାବ ରଖିଥିଲେ। ମୋ ସେବାକେନ୍ଦ୍ର ଠିକରେ କାମ କରୁଛି କି ନଁା ସେ ଉପରେ ତଥ୍ୟ ରଖିବାକୁ ମତ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା: ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏବେବି ଅନେକ ଆହତ ସେନା ହସ୍ପିଟାଲରେ...

ଏଇ ଭାରତରେ

ମହାରାଷ୍ଟ୍ରର ଏକ ଛୋଟ ଗାଁ ମାନ୍ୟାଚିଓ୍ବାଡ଼ି। ଏହାର ଲୋକସଂଖ୍ୟା ୪୨୦। ଏହି ଗାଁ ଏବେ ସମ୍ପୂର୍ଣ୍ଣ ସୌରଶକ୍ତିର ଗାଁ ହୋଇଯାଇଛି। ମାନ୍ୟାଚିଓ୍ବାଡ଼ିରେ ସ୍ବୟଂ ସହାୟିକା ଗୋଷ୍ଠୀ...

ମେଦବହୁଳତା ଚିକିତ୍ସାରେ ବୈଜ୍ଞାନିକ ପଦ୍ଧତି

ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ-୫ (୨୦୨୨) ଅନୁଯାୟୀ, ବର୍ତ୍ତମାନ ଭାରତରେ ୨୩% ନାରୀ ଓ ୨୨.୧% ପୁରୁଷ ବିଏମ୍‌ଆଇ ଅନୁଯାୟୀ ଅଧିକ ଓଜନ ବିଶିଷ୍ଟ। ପେଟର...

କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ...

Dillip Cherian

ସ୍ବଚ୍ଛତା ନାହିଁ

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ...

ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୨୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶର ଜମ୍ମୁ-କଶ୍ମୀର ପହଲଗାମ୍‌ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ବର୍ବରୋଚିତ ଭାବେ ଆକ୍ରମଣକୁ ଦେଶବାସୀ ଘୋର ନିନ୍ଦା...

‘ପ୍ରାଣୀଙ୍କ ସ୍ବାସ୍ଥ୍ୟ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ’

୨୦୦୧ ମସିହାଠାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଏପ୍ରିଲ ମାସ ଶେଷ ଶନିବାର (୨୬ତାରିଖ)ପାଳିତ ହେଉଛି ‘ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ’। ଏହି ଦିବସ ପାଳନର...

ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆ ଇଭେଣ୍ଟ: ଚମକ ଦେଖାଇବେ ଗଜପତିର କାର୍ତ୍ତିକ

ପାରଳାଖେମୁଣ୍ଡି,୨୬ା୪(ଗିରିଧାରୀ ପରିଛା):ନୂଆଦିଲ୍ଲୀରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଗଜପତିର ଯୁବ ସ୍କେଟର୍‌ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଗଜପତି ଡିଷ୍ଟ୍ରିକ୍ଟ ରୋଲର ସ୍କେଟିଂ ଏକାଡେମୀରେ ସ୍କେଟିଂ ପ୍ରଶିକ୍ଷଣ ନେଉଥିବା ସିଧାମଡଙ୍ଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image