ବୀମା ଅର୍ଥ ଦେଉନି ଏଜେନ୍ସି

ଅନୁଗୋଳ ଅଫିସ,୨୭ା୫:ଗ୍ୟାସ୍‌ ଦୁର୍ଘଟଣାରେ ମା’ ବାପା ଚାଲିଗଲା ପରେ ଅସହାୟ ହୋଇପଡ଼ିଛନ୍ତି ୨ ପିଲା। ପ୍ରଶାସନ ପକ୍ଷରୁ କିଛି ସହାୟତା ମିଳୁଥିଲେ ମଧ୍ୟ ଗ୍ୟାସ୍‌ ଏଜେନ୍ସି ବୀମା ଅର୍ଥ ପ୍ରଦାନ କରୁନାହିଁ। ଫଳରେ ୨ ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ୨ ନାତୁଣୀଙ୍କୁ ଧରି ଜେଜେ ଉଦୟନାଥ ସାହୁ ଶୁକ୍ରବାର ଅନୁଗୋଳ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି।
ଉଦୟନାଥ କହିଛନ୍ତି, କଟକ ଜିଲା ଆଠଗଡ଼ ନୂଆପାଟଣାରୁ ତାଙ୍କ ପରିବାର ଅନୁଗୋଳକୁ ଚାଲି ଆସିଥିଲେ। ପୁଅ ବିଭୂତି ଭୂଷଣ ସାହୁ ଗହଣା କାରିଗର ଥିଲେ। ଭଲ ରୋଜଗାର ଆଶା ନେଇ ପୁଅ ବୋହୂ ସସ୍ମିତା ପୃଷ୍ଟି(୩୨), ନାତୁଣୀ ପ୍ରିୟଦର୍ଶନୀ ସାହୁ(୧୨) ଓ ପ୍ରିୟମ୍ବଦା ସାହୁ(୫)ଙ୍କୁ ନେଇ ଅନୁଗୋଳ ସଦର ଥାନା ବାରସିଂହା ଅଞ୍ଚଳକୁ ଆସିବା ସହ ଏଠାରେ ଘର କରି ରହିଥିଲେ। ହେଲେ ୨୦୨୧ ନଭେମ୍ବର ୫ ତାରିଖରେ ବୋହୂ ସସ୍ମିତା ସକାଳେ ଉପମା ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ୍‌ ଲିକ୍‌ ଯୋଗୁ ଟାଙ୍କି ଫାଟିଯାଇଥିଲା। ଫଳରେ ବୋହୂ ସହ ପୁଅଙ୍କ ମୃତ୍ୟୁ ହୋଇଯାଇଥିଲା। ସେବେଠାରୁ ୨ ପିଲାଙ୍କ ଦାୟିତ୍ୱ ତାଙ୍କ ଉପରେ ରହିଛି। କିନ୍ତୁ ବୟସ ଅଧିକ ହୋଇଯାଇଥିବାରୁ ପିଲାଙ୍କ ଭବିଷ୍ୟତ ଚିନ୍ତା ଘାରୁଛି। ଦୁର୍ଘଟଣା ପରେ ଜିଲା ପ୍ରଶାସନ ପିଲାମାନଙ୍କ ପାଇଁ ୩୫ କିଲୋଗ୍ରାମ ଲେଖାଏଁ ଚାଉଳ ଦେବା ସହ ପାଠପଢ଼ା ଖର୍ଚ୍ଚ ବହନ କରୁଛି। କିନ୍ତୁ ନାତୁଣୀମାନଙ୍କ ଭବିଷ୍ୟତ କ’ଣ ହେବ ତାହାକୁ ନେଇ ସେ ଦ୍ୱନ୍ଦରେ ପଡ଼ିଛନ୍ତି। ବୀମା ରାଶି ପାଇଁ ବାରମ୍ବାର ଗ୍ୟାସ ଏଜେନ୍ସିର ଦ୍ୱାରସ୍ଥ ହୋଇଥିଲେ ହେଁ କେହି ଧରାଛୁଆଁ ଦେଉନାହାନ୍ତି। ତେଣୁ ଜିଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଉଦୟନାଥ ଅନୁରୋଧ କରିଛନ୍ତି। ଏ ନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଏହି ଘଟଣା ନଜରକୁ ଆସିବା ପରେ ତୁରନ୍ତ ୨ ପିଲାଙ୍କ ଖାଦ୍ୟ ଓ ପାଠପଢ଼ା ପାଇଁ ବ୍ୟବସ୍ଥା କରାଯାଇଥିଲା। ଗ୍ୟାସ ଏଜେନ୍ସିକୁ ଡକାଯାଇ ଖୁବ୍‌ଶୀଘ୍ର ଆଲୋଚନ କରାଯିବ। ପିଲାଙ୍କ ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri