ଗିଲଗିଟ ବାଲ୍ଟିସ୍ତାନରେ ଉତ୍ତେଜନା, ଆମେରିକା ଜାରି କଲା ଯାତ୍ରା ଆଡଭାଇଜରୀ…

ଓ୍ବାଶିଂଟନ/ଇସଲାମାବାଦ,୪।୯ : ଗୁଲାମ ଜମ୍ମୁ-କୀଶ୍ମୀରର ଗିଲଗିଟ ବାଲ୍ଟିସ୍ତାନରେ ଧର୍ମଗୁରୁଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ବିବାଦ ଜାରି ରହିଛି। ଏହି ଅଞ୍ଚଳର ଉତ୍ତେଜନାକୁ ଦୃଷ୍ଟିରେ ରଖି ମୋବାଇଲ ଇଣ୍ଟରନେଟ ସେବା ସମଗ୍ର ଅଞ୍ଚଳରେ ବନ୍ଦ ରଖାଯାଇଛି।

ଗିଲଗିଟ ବାଲ୍ଟିସ୍ତାନ ସରକାର ଏହି ଅଞ୍ଚଳରେ ସେନା ନିୟୋଜନ ରିପୋର୍ଟକୁ ଖଣ୍ଡନ କରି କହିଛନ୍ତି ଚେହଲମ ଅବସରରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସେନାର ସହାୟତା ଲୋଡିଛନ୍ତି। ଗିଲଗିଟ ବାଲ୍ଟିସ୍ତାନ ଅଞ୍ଚଳରେ ହିଂସାତ୍ମକ ପ୍ରତିବାଦ ପରେ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଆମେରିକା ଏକ ଯାତ୍ରା ଆଡଭାଇଜରୀ. ଜାରି କରିଛି।

ପାକିସ୍ତାନରେ ଥିବା ଆମେରିକାର ଦୂତାବାସ ଏବଂ କନସୁଲେଟ ନିକଟରେ ସ୍କାର୍ଡୁ ଏବଂ ଡାଇମର୍‌ ଅଞ୍ଚଳରେ ହୋଇଥିବା ପ୍ରଦର୍ଶନକୁ ଦର୍ଶାଇ କହିଛନ୍ତି ଏଠାରେ ଭିଡ଼ ହିଂସାର ରୂପ ନେଇପାରନ୍ତି। ଏହାପୂର୍ବରୁ ଶନିବାର ବ୍ରିଟେନ ଏବଂ କାନାଡା ମଧ୍ୟ ନାଗରିକମାନଙ୍କ ପାଇଁ ଗିଲଗିଟ ବାଲ୍ଟିସ୍ତାନ ବିଷୟରେ ପରାମର୍ଶଦାତା ଜାରି କରିଥିଲେ।

Share