ବୁଦ୍ଧିମତ୍ତା ବଢ଼ାଏ ଜୀବନଶୈଳୀ

ଆମେ ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ବ୍ୟତୀତ ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସନ୍ତୁଳିତ ଜୀବନଶୈଳୀ ସୁପ୍ରଭାବ ଆମ ଶରୀର ଉପରେ ପଡିଥାଏ। ନିକଟରେ ଏହି ତାଲିକାରେ ଆଉ ଏକ କଥା ଯୋଡାଯାଇଛି। ଏ ସମ୍ପର୍କିତ ବିଷୟକୁ ନେଇ ଏକ ସର୍ଭେ କରିବା ପରେ ଓ୍ବାଶିଂଟନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ରୋଚକ ତଥ୍ୟ ବିଷୟରେ ଜାଣିପାରିଛନ୍ତି। ଉକ୍ତ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ନିଜର ଜୀବନଶୈଳୀକୁ ସନ୍ତୁଳିତ ରଖନ୍ତି ତେବେ ତାଙ୍କର ବୁଦ୍ଧିମତ୍ତା ଅନେକାଂଶରେ ପୂର୍ବାପେକ୍ଷା ପ୍ରଖର ହୋଇଥାଏ। ଏ ନେଇ ଖାଦ୍ୟପେୟ, ବ୍ୟାୟାମ, କଥାବାର୍ତ୍ତା ଶୈଳୀକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।