Categories: ଜାତୀୟ

ବରଖାସ୍ତ ହେଲେ ଅଭିନେତ୍ରୀଙ୍କ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ଏନ୍‌ସିବି ଅଫିସର

ନୂଆଦିଲ୍ଲୀ,୨।୪: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ମୁମ୍ବାଇ ଏନସିବିର ଅଧିକାରୀ ବିଶ୍ୱନାଥ ତିୱାରୀଙ୍କୁ ବରଖାସ୍ତ କରାଯାଇଛି। ବିନା ଅନୁମତିରେ ବିଦେଶ ଯାତ୍ରା ଏବଂ ଦୁର୍ନିତି କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ତଦନ୍ତ ପରେ ମାମଲାର ସତ୍ୟାସତ୍ୟ ଜଣାପଡିଥିଲା। ଏ ନେଇ ଦିଲ୍ଲୀ ଏନ୍‌ସିବି ମୁଖ୍ୟାଳୟରୁ ଅଧିକାରୀ ତିୱାରୀଙ୍କୁ ବରଖାସ୍ତ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

Share