ଜୀରାନଦୀରେ ହେବ ଆନ୍ତଃନଦୀ ଜଳାଶୟ: ସର୍ବେକ୍ଷଣ ଆରମ୍ଭ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀରେ ଆନିକଟ୍‌ ତଥା ଆନ୍ତଃନଦୀ ଜଳାଶୟ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋମବାର ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ଏକ ଟିମ୍‌ ବରଗଡ଼ ପହଞ୍ଚି ଥିଲେ। ଏହି ଟିମ୍‌ରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ, ଯୋଜନା ବିଭାଗର ମୁଖ୍ୟଯନ୍ତ୍ରୀ ସାଗର ମହାନ୍ତି, ବୁର୍ଲାର ମୁଖ୍ୟଯନ୍ତ୍ରୀ ସୁଶିଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ସ୍ଥାନୀୟ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସହିତ ଜୀରାନଦୀକୁ ଯାଇଥିଲେ। ଜୀରାନଦୀ ବାଲିଟିକ୍ରାଠାରୁ ଅମ୍ବାପାଲି ପର୍ଯ୍ୟନ୍ତ ଯାଇଥିଲେ ଏବଂ ଆନ୍ତଃନଦୀ ଜଳାଶୟ ପାଇଁ ସର୍ଭେକ୍ଷଣ କରିଥିଲେ। ଏଥିପାଇଁ ପ୍ରସ୍ତୁତ ମ୍ୟାପ୍‌ ଧରି ଆନ୍ତଃନଦୀ ଜଳାଶୟ ନିର୍ମାଣ ଉପରେ ଆଲୋଚନା କରିଥିଲେ।
ଆନ୍ତଃନଦୀ ଜଳାଶୟରେ ପାଣି କୂଳ ଲଙ୍ଘିବ ନାହିଁ। ଅନ୍ୟପଟେ ଭୂତଳ ଜଳସ୍ତର ବୃଦ୍ଧି ହେବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପାଢ଼ୀ କହିଛନ୍ତି। ସେହିପରି ଏହା ନିର୍ମାଣରେ ଜମି ଅଧିଗ୍ରହଣ କିମ୍ବା ବିସ୍ଥାପନର କୌଣସି ଆବଶ୍ୟକତା ନାହିଁ। ଅନ୍ୟପଟେ ଜୀରାନଦୀରେ ଏହା ନିର୍ମାଣ ହେଲେ ଅଞ୍ଚଳର ବିକାଶ ହେବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ସେହିପରି ବିଶୋଧନ କରି ପାନୀୟଜଳଭାବେ ମଧ୍ୟ ତାହା ବ୍ୟବହାର କରି ହେବ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ବରଗଡ଼ ବିଧାୟକ ଷଡ଼ଙ୍ଗୀ କହିଛନ୍ତି, ପିଲାବେଳୁ ବରଗଡ଼ ଜୀରାନଦୀରେ ଏକ ଆନିକଟ୍‌ ହେବ ବୋଲି ଶୁଣି ଆସୁଥିଲି। ହେଲେ ଏପର୍ଯ୍ୟନ୍ତ ତାହା ନିର୍ମାଣ ହୋଇ ପାରି ନାହିଁ। ତେବେ ଗତ ଧନୁଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଅତିଥିଭବେ ମହୋତ୍ସବକୁ ଆସିଥିଲେ। ସେତେବେଳେ ସେ ରାଜ ଦରବାରରେ ଆନିକଟ୍‌ ନେଇ ଘୋଷଣା କରିଥିଲେ। ସେହି କ୍ରମରେ ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ନଦୀର ଜଳସ୍ତର ୭ରୁ ୮ଫୁଟ୍‌ ତଳକୁ ଖସି ଯାଇଛି। ଆନିକଟ୍‌ ହେଲେ ଜଳସ୍ତର ବୃଦ୍ଧି ପାଇବ। ଏହା ସହିତ ବରଗଡ଼ର ସୌନ୍ଦର୍ଯ୍ୟରେ ଅଭିବୃଦ୍ଧି ଘଟିବା ସହିତ ବରଗଡ଼ର ମାନ, ଅଭିମାନ ମଧ୍ୟ ଏଥିରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ମାଲ ବୋଝେଇ ଟ୍ରକ ଉଦ୍ଧାର; ଡ୍ରାଇଭର-ହେଲପରଙ୍କ ପତ୍ତା ମିଳୁନି, ବଢ଼ୁଛି ସନ୍ଦେହ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ରାତିରେ ଚୋରି ହୋଇଯାଇଥିବା ଏକ ଟ୍ରକକୁ ଉଦ୍ଧାର କରିଛି। କିନ୍ତୁ ଗାଡ଼ିର ଡ୍ରାଇଭର ଏବଂ ହେଲପରଙ୍କ ପତ୍ତା...

ପୁଣି ଗାଡ଼ି ଧକ୍କାରେ ଭାଙ୍ଗିଲା ରେଳଫାଟକ

ନିରାକାରପୁର, ୨୦।୪(ମାନସ ଚନ୍ଦ୍ର ପଟ୍ଟନାୟକ): ପିକଅପ୍‌ ଭ୍ୟାନ ଧକ୍କାରେ ପୁଣି ରେଳ ଫାଟକ ଭାଙ୍ଗଛି। ରବିବାର ସାଂ ପ୍ରାୟ ସାଢେ ୭ଟା ରେ ଖୋର୍ଦ୍ଧା ଜିଲା...

ଭାଜପାର ସକ୍ରିୟ ସଦସ୍ଯ ସମ୍ମିଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ

ଜି. ଉଦୟଗିରି,୨୦।୪(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରି ଏନଏସି କଲ୍ଯାଣ ମଣ୍ଡପରେ ଭାଜପା ତରଫରୁ ବିଧାନ ସଭା ମଣ୍ତଳୀ ସ୍ତରୀୟ ସକ୍ରିୟ ସଦସ୍ଯ ସମ୍ମିଳନୀ...

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ...

ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ

ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ଶସସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ରାୟଫୁଲସ ବନ୍ଧୁକ, ଗୋଟିଏ...

ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ...

ରାସ୍ତାରେ ଚାଲି ଚାଲି ଯାଉଥିଲେ, ଧକ୍କା ଦେଲା ପର୍ଯ୍ୟଟକ ବସ୍‌

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରରୁପର୍ଯ୍ୟଟକଙ୍କୁ ନେଇ ରବିବାର ଉତ୍ତର ଭାରତ ଅଭିମୁଖେ ଯାଉଥିବା ଏକ ବସ୍‌ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ...

ଖବରଦାତାଙ୍କ ମାତୃ ବିୟୋଗ

ସୁନାବେଡା,୨୦ା୪(କୃତ୍ତିବାସ ପ୍ରଧାନ)-କୋରାପୁଟ ଧରିତ୍ରୀ ଖବରକାଗଜ ଜିଲା ପ୍ରତିନିଧି ଅମିତାଭ ବେହେରାଙ୍କ ମା’ ସୌଦାମିନୀ ବେହେରା(୮୦)ଙ୍କ ରବିବାର ସକାଳ ୭ଟାରେ ଦେହାନ୍ତ ହୋଇଛି। ସେ କିଛିଦିନ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image