Categories: ଖେଳ

ଆନ୍ତଃବିଶ୍ୱବିଦ୍ୟାଳୟ ହକି ଚାମ୍ପିୟନଶିପ୍‌ ଆରମ୍ଭ

ଭୁବନେଶ୍ୱର, ୫।୧ : ଚଳିତ ବର୍ଷ ସମଗ୍ର ରାଜ୍ୟରେ ହକିକୁ ନେଇ ଉତ୍ସାହ ଦେଖିବାକୁ ମିଳୁଥିବାବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆନ୍ତଃ ବିଶ୍ୱବିଦ୍ୟାଳୟ ହକି ଚାମ୍ପିୟନଶିପ୍‌ ଆରମ୍ଭ ହୋଇଯାଇଛି। ସମଗ୍ର ଓଡିଶାରୁ ୯ଟି ବିଶ୍ୱବିଦ୍ୟାଳୟ ମହିଳା ହକି ଦଳ ମଙ୍ଗଳବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପହଞ୍ଚତ୍ଥିଲେ। ବୁଧବାର ସକାଳୁ ଖେଳାଳିମାନେ ପ୍ରଥମେ ଉତ୍କଳ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ସ୍ପୋଟର୍‌ସ ଷ୍ଟାଡିୟମ୍‌ରେ ନାମ ପଞ୍ଜୀକରଣ କରିବା ସହ ହକି ଅଭ୍ୟାସ କରିଥିଲେ। ଅପରାହ୍ନ ସାଢ଼େ ୨ଟାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଖେଳର ଶୁଭାରମ୍ଭ କରିଥିଲେ। ପ୍ରଥମ ମ୍ୟାଚ୍‌ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ଦ୍ୱିତୀୟ ମ୍ୟାଚ୍‌ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଚାମ୍ପିୟନଶିପ୍‌ ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ଚାଲିବ।

Share