ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବଢୁଛି

ଛେନାପଦି,୪ା୧୦(ନିରାକାର ପରିଡ଼ା): ରାଜ୍ୟ ସରକାରଙ୍କ ପକ୍ଷରୁ ମାଣ୍ଡିଆ ଚାଷର ଅଗ୍ରଗତି ନେଇ ପ୍ରୟାସ କରାଯାଉଛି। ମିଲେଟ୍‌ ମିଶନ ଜରିଆରେ ମାଣ୍ଡିଆ ଜାତୀୟ ଖାଦ୍ୟ ବିକ୍ରି ପାଇଁ ଅନେକ ଷ୍ଟୋର ଖୋଲାଯାଉଥିବା ବେଳେ ପ୍ରଚାର ପ୍ରସାର ପାଇଁ ଅର୍ଥ ବରାଦ ହେଉଛି। ଚାଷୀଙ୍କୁ ଆର୍ଥିକ ସହାୟତା ସହ ବିହନ, ଚାଷ ଉପକରଣ ଯୋଗାଇ ଦିଆଯାଉଛି। ଫଳରେ ଲୋକେ ଧାନ ଓ ଅନ୍ୟାନ୍ୟ ଫସଲ ପରି ଏବେ ମାଣ୍ଡିଆ ଚାଷ କରୁଛନ୍ତି। ବିଶେଷ କରି କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଅଞ୍ଚଳରେ ଏବେ ମାଣ୍ଡିଆ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିଥିବା ଦେଖାଯାଇଛି। ମାଣ୍ଡିଆ ଚାଷ କ୍ଷୁଦ୍ର ପୃଷ୍ଟିଯୁକ୍ତ ଏବଂ ଲାଭକାରୀ ଫସଲ ଭାବେ ଧୀରେ ଧୀରେ ଚାଷୀଙ୍କ ମଧ୍ୟରେ ଆଦୃତ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ଗତ ୨ବର୍ଷ ଅପେକ୍ଷା ଚଳିତବର୍ଷ ବ୍ଲକ୍‌ରେ ଚାଷ ବୃଦ୍ଧି ପାଇଛି। ଚଳିତ ବର୍ଷ ୧୮ ପଞ୍ଚାୟତ ପାଇଁ ୧୧ଶହ ୧୦ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ନିର୍ଦ୍ଦେଶ ବୋର୍ଡରୁ ପ୍ରସ୍ତାବ ଆସିଥିଲା। ଏବେ ସୁଦ୍ଧା ପାଖାପାଖି ୧୪୦୦ରୁ ଊର୍ଦ୍ଧ୍ୱ ଚାଷୀ ପାଖାପାଖି ୬୬୮ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିଥିବା ଶ୍ରୀଅନ୍ନ ଯୋଜନା(ମିଲେଟ ମିଶନ)ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଭାଗ ପକ୍ଷରୁ ଠିକ୍‌ ସମୟରେ ଚାଷୀଙ୍କୁ ବିଭିନ୍ନ ପ୍ରୋତ୍ସାହନ ମାଧ୍ୟମରେ ମଞ୍ଜି, ଘାସବାଛିବା ପାଇଁ ଯନ୍ତ୍ର, ଅମଳ ପାଇଁ ପାଲ, ଶୁଖାଇବା ପାଇଁ ସ୍ପ୍ରେ-ମେଶିନ ଆଦି ଯୋଗାଇ ଦିଆଯାଉଛି। ଫଳରେ ଚାଷୀ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ମାଣ୍ଡିଆ ଚାଷରୁ ମଧ୍ୟ ବେଶ୍‌ ଦି’ପଇସା ମୁନଫା କରୁଥିବା ପ୍ରୋଜେକ୍ଟ କୋଅର୍ଡିନେଟର ପଙ୍କଜ ସାହୁ କହିଛନ୍ତି। ହାଟଡ଼ିହୀ ଅଞ୍ଚଳରେ ମାଣ୍ଡିଆ ଚାଷ ୨ପ୍ରକାର ପ୍ରଣାଳୀରେ ହୋଇଥାଏ। ଏସ୍‌ଏମ୍‌ଆଇ (ସାଧାରଣ ରୁଆ)ପ୍ରଣାଳୀର ଚାଷୀଙ୍କୁ ଏକର ପ୍ରତି ୬ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଉଛି। ଏଲଟି(ଧାଡ଼ି ରୁଆ) ପ୍ରଣାଳୀରେ ଚାଷ କରୁଥିବା ଚାଷୀଙ୍କୁ ଏକର ପ୍ରତି ୪ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଇଥାଏ। ଠିକ ପ୍ରଣାଳୀରେ ମାଣ୍ଡିଆ ଚାଷ କଲେ ପ୍ରତି ହେକ୍ଟର ପିଛା ଚାଷୀ ୭ ରୁ ୮ କୁଇଣ୍ଟାଲ ମାଣ୍ଡିଆ ଅମଳ କରିପାରିବେ। ୨୦୨୩-୨୪ରେ କୁଇଣ୍ଟାଲ ପ୍ରତି ବିକ୍ରୟ ମୂଲ୍ୟ ୩ ହଜାର ୮ଶହ ୪୬ ଟଙ୍କା ରହିଥିଲା। ଚଳିତବର୍ଷ ତଥା ୨୦୨୪-୨୫ବର୍ଷର ଦରଦାମ ଅନୁସାରେ କୁଇଣ୍ଟାଲ ପ୍ରତି ୪୨୯୦ଟଙ୍କା ଧାର୍ଯ୍ୟ କରାଯାଇଛି। ଚାଷୀ ସୁନାରାମ ମୁର୍ମୁ, ଘାସିରାମ ଟୁଡ଼ୁ, ହୃଷିକେଶ ପଢ଼ୁରିଆ, ଅବନ୍ତୀ ନାୟିକ, ବେଶରା ତନ୍ତୀ ପ୍ରମୁଖ କହିଛନ୍ତି, ମାଣ୍ଡିଆ ଚାଷରେ ବହୁତ ଉପକୃତ ହୋଇପାରିଛନ୍ତି। ମାଣ୍ଡିଆ ଅମଳ ପରେ ବିକ୍ରିର ଅସୁବିଧା ହେଉନାହିଁ। କୃଷି ବିଭାଗ ସିଧାସଳଖ ଭାବେ ଚାଷୀଙ୍କ ନିକଟରୁ କ୍ରୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିରରେ ନିମ୍ନମାନର ଘିଅ ନେଇ ଫୁଡ ଇନ୍ସପେକ୍ଟରଙ୍କ ଯାଞ୍ଚ

ଜଗତସିଂହପୁର,୪।୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଏ ନେଇ ଶୁକ୍ରବାର ଫୁଡ...

ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ପଥପ୍ରାନ୍ତ ସେବାକେନ୍ଦ୍ର

ଦାରିଙ୍ଗବାଡ଼ି,୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଛନ୍ତି ହେଲେ ରାଜ୍ୟ ସରକାର ପର୍ଯ୍ୟଟକ ଓ ପଥଚାରୀଙ୍କ ସୁବିଧା ପାଇଁ ଜାତୀୟ ରାଜପଥ...

ମନରେଗା କାର୍ଯ୍ୟ ବିଲ କରାଇଦେବାକୁ ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ ମାଡ଼ିବସିଲା ଭିଜିଲାନ୍ସ

ପାଟଣାଗଡ଼ ,୪।୧୦: ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ୭ ହଜାର ଟଙ୍କା...

ହବିଷ୍ୟାଳୀଙ୍କ ପାଇଁ ୬ରୁ ଆବେଦନ ଆରମ୍ଭ, କାର୍ତ୍ତିକ ମାସରେ ପୁରୀରେ ମିଳିବ ସବୁ ସୁବିଧା

ପୁରୀ,୪।୧୦: ହବିଷ୍ୟାଳିଙ୍କ ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ...

ମା’ ବନଦୁର୍ଗା ମନ୍ଦିର ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ, ରାଇକିଆ ଉତ୍ସବମୁଖର

ରାଇକିଆ, ୪।୧୦(ପ୍ରଦୀପ ବେହେରା):ରାଇକିଆର ପ୍ରତିଷ୍ଠିତ ଦେବୀ ମା’ ବନଦୁର୍ଗାଙ୍କର ମନ୍ଦିର ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ ଶୁକ୍ରବାର ଅନୁଷ୍ଠିତ ହେଉଛି । ଏହାକୁ ଅତ୍ୟନ୍ତ ଜାକଜମକରେ ରାଇକିଆବାସୀ...

ପୋଖରୀରେ ବୁଡି ଚାଲିଗଲା ୪ ବର୍ଷ ଶିଶୁ ପୁତ୍ରଙ୍କ ଜୀବନ

ପାଟଣା,୪।୧୦(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଟାଙ୍ଗରପଡ଼ା ଦେଉଳିସାହିର ଗାଁ ପୋଖରୀରେ ବୁଡି ଜଣେ ୪ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ନିଲାମ ହେଲା ଅର୍ପଣ ଚାଉଳ, ଏତେ କୋଟି ଟଙ୍କାରେ ହେଲା ବିକ୍ରି…

ଭୁବନେଶ୍ୱର,୪।୧୦: ନିଲାମ ହେଲା ଅର୍ପଣ ଚାଉଳ। ପରିକ୍ରମା ପ୍ରକଳ୍ପବେଳେ ସଂଗୃହିତ ଅର୍ପଣ ଚାଉଳ ନିଲାମ ହେଲା। କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହେଲା ଅର୍ପଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri