Categories: ବାଣିଜ୍ୟ

ସୋଲାସ ପ୍ରତି ବଢୁଛି ଆଗ୍ରହ

ନୂଆଦିଲ୍ଲୀ,୬।୨: ଦେଶର ଏକ ଜଣାଶୁଣା ତଥା ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆର୍‌ଭି ୟୁନିଭର୍ସିଟିର ସ୍କୁଲ ଅଫ୍‌ ଲିବେରାଲ ଆର୍ଟସ ଆଣ୍ଡ ସାଇନ୍ସି (ସୋଲାସ) ପ୍ରତି ବର୍ତ୍ତମାନ ଉଭୟ ଦେଶ ଓ ବିଦେଶର ଛାତ୍ରୀଛାତ୍ରଙ୍କର ଆଗ୍ରହ ବୃଦ୍ଧି ପାଉଛି। ବିଶେଷକରି ସୋଲାସ ଜରିଆରେ ଛାତ୍ରୀଛାତ୍ରମାନେ ଖାଲି ଯେ ଏକ ନିର୍ଦ୍ଦିଷ୍ଟ ଶିକ୍ଷାଦାନରେ ରହି ଯାଇଥାନ୍ତି ତା’ ନୁହେଁ ଏହା ସହିତ ଦକ୍ଷତା ବିକାଶ ସହ ଏକ ବିକଶିତ ଏବଂ ମୂଲବୋଧ ମଣିଷ ଭାବେ ମଧ୍ୟ ପରିଚିତ ହୋଇପାରିଥାନ୍ତି। ସେହିଭଳି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସୋଲାସ ପ୍ରତି ଛାତ୍ରୀଛାତ୍ରଙ୍କର ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳିଛି। ଏପରିକି ଏହା ଅଧୀନରେ ୭ରୁ ଅଧିକ ବିଷୟବସ୍ତୁ ସହ ୩ ବର୍ଷିଆ ଏବଂ ୪ ବର୍ଷିଆ ୟୁଜି ପ୍ରୋଗ୍ରାମ ପ୍ରଦାନ କରାଯାଉଛି। ବର୍ତ୍ତମାନର ଭୌଗୋଳିକ ପରିସ୍ଥିତି ଓ ଆତ୍ମନିର୍ଭରଶୀତଳା ବୃଦ୍ଧି ସୋଲାସ ବେଶ୍‌ ଲୋକପ୍ରିୟ ଏବଂ ଉକ୍ତ ପାଠ୍ୟକ୍ରମ ପ୍ରତି ଛାତ୍ରୀଛାତ୍ରଙ୍କର ଅଧିକ ଚାହିଦା ବଢୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସୋଲାସର ପ୍ରଫେସର ତଥା ଫାଉଣ୍ଡିଂ ଡିନ୍‌ ଡ.ପୀୟୂଷ ରାୟ କହିଥିଲେ, ସୋଲାସ ଯେ ଖାଲି ଏକ ପାଠ୍ୟକ୍ରମ ବିଭାଗ ନୁହେଁ ଏହା ଏକ ସ୍କିଲ ଆକୋଜେଶନ ପ୍ରୋଗ୍ରାମ ଭାବେ ବେଶ୍‌ ପରିଚିତ ହୋଇପାରିଛି। ଏପରିକି ଏହା ଏକ ପ୍ରକାର ଟ୍ରେନିଂ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଭାବେ ଅଗଣିତ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍ବୀକୃତି ପାଇଛି। ସେହିଭଳି ଉକ୍ତ ବିଷୟବସ୍ତୁ ସହ ନିଜର ପ୍ରତିଭାର କ୍ଷମତା ବୃଦ୍ଧି ପାଇଁ ସବୁବର୍ଗର ବିଦ୍ୟାର୍ଥୀ ଏଥିରେ ସାମିଲ ହୋଇ ବର୍ତ୍ତମାନ ସମାଜର ଏକ ପ୍ରତିଷ୍ଠିତ ବର୍ଗରେ ପରିଗଣିତ ହୋଇଛନ୍ତି। ସୂଚନାଯୋଗ୍ୟ, ସୋଲାସ ସମ୍ପର୍କରେ ସବିଶେଷ ସୂଚନା ଓ ପାଠ୍ୟକ୍ରମ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆଗ୍ରହୀ ଛାତ୍ରୀଛାତ୍ରମାନେ ଏହାର ଅଫିସିଆଲ ୱେବ୍‌ସାଇଟରୁ ସମସ୍ତ ସୂଚନା ପାଇପାରିବେ ।

Share