ଓ୍ବାଶିଂଟନ୍: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା)ର ହବଲ ସ୍ପେସ୍ ଟେଲିସ୍କୋପ ଆକର୍ଷଣୀ ତାରକାପୁଞ୍ଜର ଫଟୋ ଉତ୍ତୋଳନ କରିଛି। ଉକ୍ତ ଫଟୋ ସବୁ ନାସା ପକ୍ଷରୁ ସୋସିଆଲ ମିଡିଆରେ ଜାରି କରାଯାଇଛି। ଶେୟାର ଫଟୋରେ ଗୋଲାକାର ଆକୃତିରେ ତାରା ସବୁ ଏକତ୍ରିତ ହୋଇ ରହିଥିବାର ଦେଖିବାକୁ ମିଳିଛି। ତେବେ ଏହି ତାରକାପୁଞ୍ଜ ପୃଥିବୀଠାରୁ ୧,୬୦,୦୦୦ ଆଲୋକ ବର୍ଷ ଦୂରରେ ଥିବା ଜଣାପଡ଼ିଛି।
ଏହି ହାଇଟେକ୍ନୋଲଜି ଯୁକ୍ତ ଦୂରବୀକ୍ଷଣ ଯନ୍ତ୍ର ବିଭିନ୍ନ ଆଙ୍ଗେଲ୍ ଓ ଫିଲ୍ଟର ବ୍ୟବହାର କରି ଏହି ଫଟୋ ଉତ୍ତୋଳନ କରିଛି। ଏଥିରେ ଏକାଧିକ ଉଜ୍ଜ୍ୱଳମାନ ବ୍ଲ୍ୟୁ ଷ୍ଟାର ମଧ୍ୟ ଦେଖିବାକୁ ମିଳିଥିଲା। ରେଡ୍ ଷ୍ଟାର ତୁଳନାରେ ବ୍ଲ୍ୟୁ ଷ୍ଟାର ଅଧିକ ଆଲୋକ ପ୍ରଦାନ କରିବା ସହ କମ୍ ବୟସରେ ସେମାନଙ୍କ ମୃତ୍ୟୁ ଘଟେ ବୋଲି କୁହାଯାଏ।