ସ୍କୁଲରେ ପୂଜା ନାଁ ରଖି ପଢ଼ୁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ମା’ଙ୍କୁ ନୁହେଁ ବରଂ ବାପାଙ୍କ ପ୍ରେମିକାଙ୍କୁ କରନ୍ତି ପସନ୍ଦ

ବମ୍ବେ: ହିନ୍ଦୀ, ତେଲୁଗୁ ତଥା ତାମିଲ ଭାଷାର ଫିଲ୍ମରେ ନିଜର ଅଭିନୟର ଯାଦୁ ବୁଣିଛନ୍ତି ଅଭିନେତ୍ରୀ ଶ୍ରୁତି ହସନ। ୧୯୮୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ସୁନ୍ଦରୀ। ୧୯୯୯ରେ ମନୋରଞ୍ଜନ ଜଗତ ସହ ସେ ଯୋଡି ହୋଇଥିଲେ। ଏବେ ତାଙ୍କୁ ଦକ୍ଷିଣ ଭାରତୀୟ ସିନେମାର ପ୍ରମୁଖ ଅଭିନେତ୍ରୀ ଭାବେ ଗଣାଯାଏ। କେବଳ ଯେ ଅଭିନୟ ତାହା ନୁହେଁ ଜଣେ ଭଲ ଗାୟିକା ମଧ୍ୟ ସେ। ଆଜି ଶ୍ରୁତି ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଶ୍ରୁତିଙ୍କ ବିଷୟରେ ଜଣାଅଜଣା କଥା:
ଶ୍ରୁତି ସ୍କୁଲରେ ପଢ଼ୁଥିବା ସମୟରେ ନକଲି ନାମ ବ୍ୟବହାର କରିଥିଲା। ଏହା ପଛରେ ଅଜବ କାରଣ ଥିଲା। କାରଣ ସେ ଅପରିଚିତ/ବେନାମୀ ରହିବାକୁ ଚାହୁଁଥିଲେ। ନିଜ ଲୋକପ୍ରିୟ ପରିବାର ବିଷୟରେ କାହାରିକୁ ବି ଜଣାଇବାକୁ ସେ ଚାହୁଁ ନ ଥିଲେ। କମଲ ହାସନଙ୍କ ଝିଅ ହୋଇଥିବାରୁ ସେ ନିଜ ପରିଚୟ ଲୁଚାଇବାକୁ ଚାହୁଁ୍‌ଥିଲେ। ନିଜ ନାମ ସେ ପୂଜା ରାମଚନ୍ଦ୍ରନ ରଖିଥିଲେ।

କମଲ ହାସନ-ସାରିକା ଠାକୁରଙ୍କ ବଡ଼ ଝିଅ ହେଉଛନ୍ତି ଶ୍ରୁତି। ଏପରି ଏକ ସମୟ ଥିଲା ଯେତେବେଳେ ଶ୍ରୁତି ମା’ଙ୍କ କଥା ହେବା ବନ୍ଦ କରିଦେଇଥିଲେ। କାରଣ ସେ ବାପା ଲିଭ୍‌ ଇନ୍‌ରେ ଥିବା ପ୍ରେମିକା ଗୌତମୀଙ୍କୁ ପସନ୍ଦ କରୁଥିଲେ। ଗୌତମୀ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ଜଣେ ଅଭିନେତ୍ରୀ ଥିଲେ। ପ୍ରାରମ୍ଭିକ ସମୟରେ ମାଙ୍କୁ ଶ୍ରୁତି ଭଲ ପାଉ ନ ଥିବା ବେଳେ ଏବେ କିନ୍ତୁ ସବୁକିଛି ଠିକ୍‌ ଥିବା କୁହାଯାଉଛି। ଅନେକ ଥର ମା’ ଏବଂ ସାନ ଭଉଣୀ ଅକ୍ଷରାଙ୍କ ସହ ସେ ନଜର ଆସୁଛନ୍ତି।

ଅଭିନେତ୍ରୀ ହେବା ସାଙ୍ଗକୁ ଶ୍ରୁତି ଭଲ ସଙ୍ଗୀତ ନିର୍ମାତା ମଧ୍ୟ। କାଲିଫର୍ନିଆ ସଙ୍ଗୀତ ଏକାଡେମୀରୁ ସେ ସଂଙ୍ଗୀତରେ ସ୍ନାତକ କରିଛନ୍ତି। ପୂର୍ବରୁ ସେ ମନୋବିଜ୍ଞାନ ପଢ଼ୁଥିଲେ। ହେଲେ ପଢ଼ା ଅଧା ଛାଡ଼ି ଆମେରିକା ଚାଲିଯାଇଥିଲେ। ସେଠାରେ ସଙ୍ଗୀତରେ ଡିଗ୍ରୀ ହାସଲ କରି ଫେରିଥିଲେ।

Share