Categories: ଫୁରସତ

ଏହି ଲାଇବ୍ରେରୀରେ ପାଳନ କରାଯାଇଥାଏ ବାଦୁଡ଼ି, କାରଣ ଜାଣିଲେ ହେବେ ଚକିତ

ପ୍ରତ୍ୟେକ ଦେଶର ଭାଷା, ଚାଲିଚଳନ, ବେଶଭୂଷା ଏବଂ ସଂସ୍କୃତି ଭିନ୍ନ ଭିନ୍ନ ହୋଇଥାଏ। ଏମିତି ଦେଶ ଅଛି, ଯାହା ସମ୍ପର୍କରେ କିଛି ରୋଚକ କଥା ଜାଣିବାକୁ ମିଳେ। ସେହିପରି ଏକ ଦେଶ ହେଉଛି ପର୍ତ୍ତୁଗାଲ। ୟୁରୋପସ୍ଥିତ ଏହି ଦେଶ ଫୁଟବଲ ଖେଳରେ ବେଶ୍‌ ଅଗ୍ରଣୀ ବୋଲି ବିଶ୍ୱରେ ଜଣାଶୁଣା। ଏହି ଦେଶରେ ଆଉ କିଛି କଥା ଅଛି, ଯାହା ଅଲଗା ଦେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ। ୧୧୨୮ ଖ୍ରୀଷ୍ଟାବ୍ଦରେ ଗଠନ ହୋଇଥିବା ଏହି ଦେଶକୁ ୟୁରୋପର ସବୁଠୁ ପୁରୁଣା ଦେଶ ଭାବେ ଜଣା। ଐତିହ୍ୟ ଦୃଷ୍ଟିରୁ ପର୍ତ୍ତୁଗାଲ ୟୁରୋପରେ ଅଷ୍ଟମ ଏବଂ ବିଶ୍ୱରେ ୧୭ତମ ସ୍ଥାନରେ ରହିଛି।
ପର୍ତ୍ତୁଗାଲର କୋୟମ୍ବରା ବିଶ୍ୱବିଦ୍ୟାଳୟ ବିଶ୍ୱର ସବୁଠୁ ପୁରୁଣା ବିଶ୍ୱବିଦ୍ୟାଳୟ। ଏହା ୧୨୯୦ ଖ୍ରୀଷ୍ଟାବ୍ଦରେ ଲିସ୍‌ବନ ସହରରେ ସ୍ଥାପନ କରାଯାଇଥିଲା। ଏଠାରେ ଥିବା ଏକ ଲାଇବ୍ରେରୀ ସ୍ବତନ୍ତ୍ର। ଏହାର କାନ୍ଥରେ ସୁନାର ଲେପ ଦିଆଯାଇଛି। ଏଥିସହିତ ଏଠାରେ ଥିବା ବହି ସୁରକ୍ଷିତ ରଖିବା ପାଇଁ ଭିନ୍ନ ଧରଣର ଉପାୟ ଅବଲମ୍ବନ କରାଯାଇଛି। ଏଠାରେ ବାଦୁଡ଼ି ପାଳନ କରାଯାଇଛି। ଯାହା ଉଇମାନଙ୍କୁ ଖାଇଯିବେ। ଖାଲି ଏତିକି ନୁହେଁ, ଏହି ଲାଇବ୍ରେରୀରେ ଥିବା କିଛି ବହିରେ ସୁନାର କଭର ଲାଗିଛି।

Share