Posted inଖେଳ

ଫୁଟବଲର ରୋଚକ ଇତିହାସ:ବଲ୍‌ ବଦଳରେ ବ୍ୟବହାର ହେଉଥିଲା…

କ୍ରୀଡ଼ା ଜଗତର ସବୁଠାରୁ ସୁନ୍ଦରତମ ଓ ଲୋକପ୍ରିୟ କ୍ରୀଡ଼ା ହେଉଛି ଫୁଟବଲ। ଏହା ସବାଦ୍ରୁତ। କେବଳ ଏହାକୁ କ୍ୟାରିୟର କରୁଥିବା ଖେଳାଳିଙ୍କ ପାଇଁ ନୁହେଁ ସାଧାରଣ ଜନଜୀବନ ସହ ମଧ୍ୟ ଫୁଟବଲ ଜଡ଼ତ। କୌଣସି ଖେଳାଳି କିମ୍ବା ଆଥଲେଟ୍‌ ଏକ ନିର୍ଦ୍ଦିଷ୍ଟ କ୍ରୀଡ଼ାରେ ପ୍ରତିଷ୍ଠା ଲାଭ କରିଥାଇ ପାରନ୍ତି, ମାତ୍ର ଶୈଶବ ଅବସ୍ଥାରେ ତାଙ୍କର ଫୁଟବଲ ସହିତ ପତ୍ୟକ୍ଷ ହେଉ କିମ୍ବା ପରୋକ୍ଷ ଭାବେ ସମ୍ପର୍କ ରହିଥାଏ। କାରଣ ଏହା ଏପରି ଏକ ଖେଳ ଯାହାକି ବାଲ୍ୟାବସ୍ଥାରେ ଆମୋଦ ପ୍ରଦାନ କରିଥାଏ ଏବଂ ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଗ୍ରାମାଞ୍ଚଳରେ ମଧ୍ୟ ଏହାର ବେଶ୍‌ ଆଦର ରହଛି। ଅନ୍ୟ ଖେଳର କ୍ରୀଡ଼ାବିତ୍‌ମାନେ ମଧ୍ୟ ଫିଟନେସ୍‌ ପାଇଁ ଫୁଟବଲ ଅଭ୍ୟାସ କରିଥାନ୍ତି। କେବଳ ସେତିକି ନୁହେଁ, ସର୍ବାଧିକ ଦର୍ଶକ ମଧ୍ୟ ଏହି କ୍ରୀଡ଼ାକୁ ଉପଭୋଗ କରଥାନ୍ତି।

ଫୁଟବଲର ଇତିହାସ ସମ୍ପର୍କରେ କୌଣସି ଲିଖିତ ନଥିପତ୍ର ନ ଥିଲେ ମଧ୍ୟ ଏହା ପ୍ରଥମେ ଚାଇନାରେ ଆରମ୍ଭ ହୋଇଥିବା କହାଯାଏ। ପ୍ରାରମ୍ଭିକ ଭାବରେ ଦୁଇଟି ସହର ମଧ୍ୟରେ ଏହା ଖେଳାଯାଉଥଲା। ବଲ୍‌ ବଦଳରେ ଘୁଷୁରିର ମୁତ୍ରାଶୟକୁ ବ୍ୟବହାର କରାଯାଉଥିଲା। ଗୋଟିଏ ସହରର ଖେଳାଳି ଅନ୍ୟ ସହରର ସୀମା ମଧ୍ୟକୁ ବଲ୍‌କୁ ନେଲେ ତାହାକୁ ବିଜେତା ଘୋଷଣା କରାଯାଉଥିଲା। ତେବେ ମଡର୍ନ ଡେ ଫୁଟବଲ୍‌ ସାଧାରଣତଃ ଇଂଲଣ୍ଡରେ ବିକଶିତ ହୋଇଛି।

୧୮୬୩ରେ ଇଂଲଣ୍ଡ ଫୁଟବଲ ଆସୋସିଏଶନ ପକ୍ଷରୁ କ୍ରୀଡା ସମ୍ପର୍କିତ ସ୍ବତନ୍ତ୍ର ନିୟମାବଳୀ ପ୍ରକାଶ ପାଇଥିଲା। ବିଶ୍ୱର ଅନ୍ୟତମ ପୁରାତନ କ୍ରୀଡା ଅଲିମ୍ପିକ୍ସର ପ୍ରଥମ ସଂସ୍କରଣରୁ ଏହା ଉପସ୍ଥିତିି ଜାହିର କରିଥିଲା। କେବଳ ୧୯୩୨କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଗେମ୍ସରେ ଫୁଟବଲ୍‌ ଖେଳାଯାଇଥିଲା। ପ୍ରଥମଥର ପାଇଁ୧୯୮୪ ଲସଏଞ୍ଜେଲସ ଗେମର୍ସେ ପ୍ରଫେଶନାଲ ଫୁଟବଲରଙ୍କୁ ସାମିଲ ହେବାପାଇଁ ଅନୁମତୁ ପ୍ରଦାନ କରାଯାଇଥିଲା। ୧୯୯୨ବାର୍ସିଲୋନା ଗେମ୍ସଠାରୁ ଏହାକୁ ୨୩ ବର୍ଷରୁ କମ୍‌ ବର୍ଗର ଟୁର୍ନାମେଣ୍ଟ ଭାବେ ଘୋଷଣା କରାଯାଇଥିଲା। ଆଟଲାଣ୍ଟାରେ ଖେଳାଯାଇଥିବା ୧୯୯୬ ଗେମ୍ସରେ ପ୍ରଥମ ଥର ପାଇଁ ୩ ଜଣ ସିନିୟର ଖେଳାଳିଙ୍କ ସାମିଲ ହେବାର ଅନୁମତି ମିଳିଥିଲା। ସମାନ ବର୍ଷରେ ପ୍ରଥମଥର ପାଇଁ ମହଳା ଫୁଟବଲ୍‌ ଦଳକୁ ଅଲିମ୍ପିକ୍ସରେ ସାମିଲ କରାଯାଇଥିଲା।

ଫୁଟବଲ୍‌ରେ ଅନେକ ଗରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଅନଷ୍ଠିତ ହୋଇଥାଏ। ଏଫଏ୍‌ କପ୍‌ ହେଉଛି ବିଶ୍ୱର ସର୍ବପୁରାତନ ଫୁଟବଲ ଟୁର୍ନାମେଣ୍ଟ। ୧୮୭୧-୭୨ରେ ପ୍ରଥମଥର ପାଇଁ ଏହା ଆୟୋଜନ ହୋଇଥିଲା। ସେହିପରି ଏସିଆ ତଥା ଭାରତର ସର୍ବପୁରାତନ ଫୁଟବଲ ଟୁର୍ନାମେଣ୍ଟ ହେଉଛି ଡୁରାଣ୍ଡ କପ।

ଓଡ଼ିଶା ଫୁଟବଲରେ ପୁରୁଷ ଦଳ ଅପେକ୍ଷା ମହଳା ଦଳ ଅଧିକ ସଫଳତା ପାଇଥିବା ନଜରକୁ ଆସେ। ନିକଟରେ ଗୋଆରେ ଅନଷ୍ଠିତ ଜାତୀୟ କ୍ରୀଡ଼ାରେ ଓଡ଼ିଶା ଦଳ ଫାଇନାଲରେ ଶକ୍ତିଶାଳୀ ମଣିପୁରକୁ ହରାଇ ଚାମ୍ପିୟନ ହୋଇଥଲା। ଏହାକୁ ମିଶାଇ ଓଡ଼ିଶା ୩ ଥର ଜାତୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ବିଜୟୀ ହୋଇଥଲା। ପୂର୍ବର ୨୦୦୭ ଓ ୨୦୧୧ରେ ଦଳ ଟାଇଟଲ ହାସଲ କରିଥିଲା। ୨୦୧୫ ଓ ୨୦୨୨ରେ ରୌପ୍ୟ ଏବଂ ୨୦୦୨ରେ ବ୍ରୋଞ୍ଜ ପଦକ ଜିତିଥିଲା। ସିନିୟର ମହିଳା ଫଟୁବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ୨୦୧୦-୧୧ରେ ଚାମ୍ପିୟନ ହୋଇଥଲା। ଗୀତାଞ୍ଜଳି ସାମନ୍ତରାୟ ହେଉଛନ୍ତି ଓଡ଼ିଶା ମହିଳା ଫୁଟବଲର ପ୍ରଥମ ଅଧନାୟିକା ଏବଂ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓଡ଼ିଶାର ପ୍ରଥମ ଖେଳାଳ ଭାବେ ଭାରତୀୟ ଦଳର ନେତୃତ୍ୱ ନେଇଥଲେ। ଏହା ବ୍ୟତୀତ ରଞ୍ଜିତା ମହାନ୍ତି, ପିଙ୍କି ବମ୍ପଲ ମଗର, ସସ୍ମିତା ମଲିକ, ଆଲୋଚନା ସେନାପତି, ଗୀତାଞ୍ଜଳି ଖୁଣ୍ଟିଆ, ଗାୟତ୍ରୀ ମଲିକ ପ୍ରମୁଖ ପ୍ରଭାବୀ ପ୍ରଦଶର୍ନ କରିଥିବାବେଳେ ଏବେ ମନିଶା ପାନ୍ନା, ପ୍ୟାରୀ ଖାଖା, ଜବାମଣି ଟୁଡୁ ପ୍ରମୁଖ ଏହାକୁ ଆଗେଇ ନେଉଛନ୍ତି।

ଏବେ ଇଣ୍ଡିଆନ ସୁପର ଲିଗ୍‌ରେ ଭୂବନେଶ୍ୱର ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି ପ୍ରତିନିଧିତ୍ୱ କରୁଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡୟମରେ ଫୁଟବଲ୍‌ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ରହିଛି। ଫଳରେ ଏଠାରେ ପ୍ରଥମଥର ପାଇଁ ଫିଫାର ଏକ ଟୁର୍ନାମେଣ୍ଟ (୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ) ସମ୍ଭବ ହୋଇ ପାରିଛି। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ବିଶ୍ୱସ୍ତରର ଅଭ୍ୟାସ ପଡ଼ିଆ ପ୍ରସ୍ତୁତି କରାଯାଇଛି। କଟକର ବାରବାଟୀ ଷ୍ଟାଡିୟମରେ ଫୁଟବଲର ବଡ଼ ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri