ଭୁବନେଶ୍ୱର,୨୧।୧୨: ପ୍ରତି ମାସ ଭଳି ଚଳିତ ମାସ ମଧ୍ୟ କିଆ ଇଣ୍ଡିଆ ପକ୍ଷରୁ ଆକର୍ଷଣୀୟ ଗ୍ରାହକ ସୁବିଧା ଓ ସ୍ବତନ୍ତ୍ର ଅଫର କିଆର ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟଗୁଡିକ ଜରିଆରେ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ କିଆ ଇଣ୍ଡିଆର ସ୍ବୀକୃତିପ୍ରାପ୍ତ ଓଡ଼ିଶା ପ୍ରଦେଶର ସମସ୍ତ କିଆ ଡିଲରଗୁଡିକ ପକ୍ଷରୁ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଏପରିକି କିଆର ସୋନେଟ ଏବଂ କରେନ୍ସ ଗ୍ରାହକଙ୍କୁ ସ୍ବତନ୍ତ୍ର ରିହାତି ଯୋଗାଇ ଦିଆଯାଉଛି। ବିଶେଷକରି କିଆ ସୋନେଟ ଗ୍ରାହକଙ୍କୁ ପ୍ରାୟ ୮୬,୦୦୦ ଟଙ୍କାର ସୁବିଧା ରିହାତି ଆକାରର ପ୍ରଦାନ କରାଯାଉଥିବାବେଳେ କିଆ କରେନ୍ସ ଗ୍ରାହକଙ୍କୁ ୭୦,୦୦୦ ପର୍ଯ୍ୟନ୍ତ ରିହାତି ଦିଆଯାଉଥିବା କିଆ ଇଣ୍ଡିଆ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।
ଉଲ୍ଲେଖଯୋଗ୍ୟ, କିଆ ସୋନେଟ ଗ୍ରାହକଙ୍କୁ ପ୍ରାୟ ୩୮,୪୦୦ ଟଙ୍କାର ଏସ୍ସିବି ପ୍ରଦାନ କରାଯାଉଥିବାବେଳେ ଇଡବ୍ୟୁ ବାବଦ (୫ ବର୍ଷ)କୁ ପ୍ରାୟ ୨୦,୧୦୦ଟଙ୍କା, ଏଫ୍ଏମ୍ ବାବଦ (୩ବର୍ଷ)କୁ ପ୍ରାୟ ୯,୭୦୦ ଟଙ୍କା,ଏବି ବାବଦକୁ ପ୍ରାୟ ୧୮,୨୦୦ଟଙ୍କା ସମେତ ଜେଡ୍ଡିପି ଓ ସିଆଇଆର ବାବଦକୁ ୮.୬୫% ସୁବିଧା ମିଳୁଛି। ସେହିଭଳି କିଆ କରେନ୍ସ ଗ୍ରାହକଙ୍କୁ ପ୍ରାୟ ୫୦,୧୦୦ ଟଙ୍କାର ଏସ୍ସିବି ପ୍ରଦାନ କରାଯାଉଥିବାବେଳେ ଏସ୍ଏଏଫ୍ପି ବାବଦକୁ ପ୍ରାୟ ୯,୬୦୦ଟଙ୍କା, ଏବି ବାବଦକୁ ପ୍ରାୟ ୧୯,୬୦୦ ଟଙ୍କା ସମେତ ଜେଡ୍ଡିପି ଓ ସିଆଇଆର ବାବଦକୁ ୮.୬୫% ସୁବିଧା ପ୍ରଦାନ କରାଯାଉଛି।