ପୁରୀ,୧୭।୭: ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି। ରାଜା ଶେଖର ନାମକ ଜଣେ ଯୁବକ ନିଜ ଫେସବୁକରେ ଫୋଟୋ ଅପଲୋଡ କରିଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ଭିତର ବେଡାରୁ ନିଜର ସେଲ୍ଫି ଫଟୋ ନେଇ ଫୋଟୋ ଅପଲୋଡ କରିଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଥିବା ବେଳେ କିପରି ଏହି ଫୋଟୋ ଉଠିଲା ସେ ନେଇ ତଦନ୍ତ ଦାବି ହୋଇଛି।