ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ

ପୁରୀ,୧୧।୭(ଅଜିତ୍‌ କୁମାର ମହାନ୍ତି)କିଛି ମାସର ବ୍ୟବଧାନ ପରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି। ଫଳରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି। ଶ୍ରୀମନ୍ଦିର ଭିତରଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବୁଧବାର ଦେଖିବାକୁ ମିଳିଛି। ଉକ୍ତ ଫଟୋ ଭାଇରାଲ କରିଥିବା ଯୁବକ ଜଣଙ୍କ ହେଲେ ନିଖିଲ ଗିରି। ସେ ଶ୍ରୀମନ୍ଦିର ଭିତରଫଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅପ୍‌ଲୋଡ୍‌ କରିଛନ୍ତି। ଆନନ୍ଦ ବଜାରର ପ୍ରବେଶ ପଥରେ ଏହା ଉଠାଯାଇଛି ବୋଲି ଫଟୋରେ ଦେଖାଯାଉଛି। ଏଥିସହ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଫଟୋ ରହିଛି। ଶ୍ରୀମନ୍ଦିରକୁ ମୋବାଇଲ ଫୋନ୍‌ ନେବା ନିଷିଦ୍ଧ ଥିବାବେଳେ ଯୁବକ ଜଣକ କିଭଳି ମୋବାଇଲ ନେଲେ ତାକୁ ନେଇ ପ୍ରଶ୍ନ ଉଠିଛି। ପୋଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ରଥଯାତ୍ରା ଦିନ ଫଟୋ ଉଠିଥିବା ଅନୁମାନ କରାଯାଉଛି, ତେବେ ସଠିକ୍‌ ସୂଚନା ଜଣାପଡ଼ିନାହିଁ। ଶ୍ରୀମନ୍ଦିର ଚାରିଦ୍ୱାରରେ ୨୪ ଘଣ୍ଟା ପୋଲିସ ରହୁଥିବା ବେଳେ ଭକ୍ତଙ୍କୁ ଯାଞ୍ଚ କରିବାରେ ଅବହେଳା ହେଉଥିବା ଅଭିଯୋଗ ହେଉଛି। ପୂର୍ବରୁ ଶ୍ରୀମନ୍ଦିର ଭିତର ଫଟୋ ଅନେକ ଥର ଭାଇରାଲ୍‌ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଉ ନ ଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅନେକ ଜଗନ୍ନାଥପ୍ରେମୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଟାରିଫ୍ ଛାଟ: ଭାରତୀୟ ବଜାର କ୍ରାସ୍ ହେବା ମାତ୍ରେ ୧୦ ସେକେଣ୍ଡରେ ବୁଡ଼ିଗଲା ୨୦ ଲକ୍ଷ କୋଟି ଟଙ୍କା

ମୁମ୍ବାଇ,୭ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଲାଗୁ କରିବା ଦ୍ଵାରା ସାରା ବିଶ୍ୱରେ ଅରାଜକତା ସୃଷ୍ଟି ହୋଇଛି। ଯାହା ଭାରତୀୟ ଇକ୍ୱିଟି ବଜାରକୁ ୧୦...

ନାବାଳିକା ଅପହରଣକାରୀଙ୍କୁ ଦୁଇବର୍ଷ ଜେଲ୍ 

କେନ୍ଦୁଝର,୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି  ବିଜୟ କୁମାର ମିଶ୍ର  ସୋମବାର ଏକ  ୧୬ ବର୍ଷ ବୟସ୍କା ନାବାଳିକା ଅପହରଣ ଓ...

‘ବଡ଼ ସହରରେ…’: ଯୌନ ନିର୍ଯାତନା ଭିଡିଓ ଉପରେ କର୍ଣ୍ଣାଟକ ମନ୍ତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ବୟାନ

ବେଙ୍ଗାଲୁରୁ,୭ା୪: ବେଙ୍ଗାଲୁରୁ ରାସ୍ତାରେ ଜଣେ ପୁରୁଷ ଜଣେ ମହିଳାଙ୍କ ସହିତ ଅସଦାଚରଣ କରି ଦୌଡ଼ି ପଳାଇଯିବାର ଭିଡିଓ ଉପରେ ଉତ୍ତେଜନା ମଧ୍ୟରେ, କର୍ଣ୍ଣାଟକ ଗୃହମନ୍ତ୍ରୀ ଜି...

ତାତିଲେ ବିଦ୍ୟୁତ୍‌ ଉପଭୋକ୍ତା

ଅନୁଗୋଳ ଅଫିସ ୭।୪(ମାନସ ବିଶ୍ୱାଳ)- ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନର(ଏଆଇଇସିଏ) ଆହୱା କ୍ରମେ ୧ରୁ ୭ ଏପ୍ରିଲ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ଜାରି ରହିଛି...

ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏସବୁ ଜିଲାକୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର,୭ା୪: ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୮ ତାରିଖ ଯାଏ ଉତ୍ତରପଶ୍ଚିମ ଦିଗରେ ଏହା ଗତି କରିବ। ପଶ୍ଚିମକେନ୍ଦ୍ରୀୟ...

ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ଏମପି ମୁନା ଖାନ୍‌, କହିଲେ-ମୁଁ ସିଧା ଯାଇ…

ଭୁବନେଶ୍ୱର,୭ା୪: ଓ୍ବକ୍‌ଫ ବିଲ୍‌କୁ ନେଇ ବିଜୁ ଜନତା ଦଳ(ବିଜେଡି)ରେ ଉଠିଥିବା ଝଡ଼ ଥମିବାର ନାଁ ନେଉନାହିଁ। କେଉଁ ପରିସ୍ଥିତିରେ ଦଳର ଭୋଟ୍ ଦୁଇଭାଗ ହୋଇଗଲା ତାହାକୁ...

ଦେବାଶିଷଙ୍କୁ ସିଧା ଟାର୍ଗେଟ୍‌ କଲେ ସୋଫିଆ, କହିଲେ କଟକର ମୁସଲମାନଙ୍କୁ…

କଟକ,୭ା୪: ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦୋସ। ଓ୍ବକଫ୍‌ ବିଲ୍‌ ଭୋଟ୍‌ ବେଳେ ଓ୍ବାକଆଉଟ୍‌କୁ ନେଇ ସିଧା ଟାର୍ଗେଟ କରିଛନ୍ତି...

ସାହିଯାତ ଆରମ୍ଭ: ଶ୍ରୀକ୍ଷେତ୍ର ଉତ୍ସବମୁଖର

ପୁରୀ,୭ା୪(ଅଜିତ୍‌ କୁମାର ମହାନ୍ତି): ପବିତ୍ର ରାମନବମୀଠାରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image