ଭିତରକନିକା ରାସ୍ତା କାମ ବନ୍ଦ, ପର୍ଯ୍ୟଟକ ହୀନସ୍ତା

ରାଜନଗର,୪ା୮ (ଭାସ୍କର ରାଉତରାୟ): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଗତ ମଙ୍ଗଳବାର ଖୋଲିଛି। ୩ ମାସ ଧରି ଭିତରକନିକା କୁମ୍ଭୀର ପ୍ରଜନନ ନିମନ୍ତେ ବନ୍ଦ ରହିବା ପରେ ଖୋଲି ଥିବାରୁ ଉତ୍ସାହର ସହ ପର୍ଯ୍ୟଟକମାନେ ଭିତରକନିକା ପରିଭ୍ରମଣରେ ଆସୁଛନ୍ତି। ମାତ୍ର ଭିତରକନିକା ଜାତୀୟଉଦ୍ୟାନକୁ ଆସିବାକୁ ଥିବା ଏକମାତ୍ର ସ୍ଥଳପଥ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ନିର୍ମାଣ କାମ ଆରମ୍ଭ କରି ଦେଇ ଅଧାପନ୍ତରିଆ ଭାବେ ରାସ୍ତା ଛାଡି ଠିକାଦାରପଳାଇ ଯାଇଛନ୍ତି।
ସୂଚନା ମୁତାବକ, ଦେଶ ବିଦେଶର ପର୍ଯ୍ୟଟକ ଭିତରକନିକା ଆସିବାକୁ ହେଲେ ଏକମାତ୍ର ସ୍ଥଳପଥରେ ରାସ୍ତା ରହିଛି। ରାଜନଗରରୁ ଡାଙ୍ଗମାଳ ଭାୟା ନଳିତାପାଟିଆ ଦେଇ ପର୍ଯ୍ୟଟକମାନେ ଭିତରକନିକାକୁ ଆସିଥାନ୍ତି। ଏହି ରାସ୍ତାର ଖୋଳାରୁ ଡାଙ୍ଗମାଳ ଭାୟା ନଳିତାପାଟିଆ ୧୦ କିମି ରାସ୍ତାର ଉନ୍ନତୀକରଣ ନିମନ୍ତେ ୧୩ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ଚଉଡା ସହ ପିଚୁ ଓ ଢଳେଇ ରାସ୍ତା କରିବାକୁ ଠିକାଦାର ନିଯୁକ୍ତି କରାଯାଇଛି। ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ଏହି କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୪ ମାସ ତଳୁ ଠିକାଦାର ଭିତରକନିକା ଜାତୀୟ ଉଦ୍ୟାନର ଫାଟକଠାରୁ ମା’ଜୟଦୁର୍ଗାଙ୍କ ମୁଖ୍ୟ ଫାଟକ ଯାଏଁ ରାସ୍ତାର ଢଳେଇ କାମ ଆରମ୍ଭ କରିଥିଲେ। ଏହି ଅଧ କିଲୋମିଟର ରାସ୍ତାର ୨ ପାର୍ଶ୍ୱରେ ୩ ଫୁଟ ଲେଖାଏ ପ୍ରଶସ୍ତିକରଣ ସହିତ ରାସ୍ତା ଢଳେଇ କରିବାକୁ ଏଷ୍ଟିମେଣ୍ଟରେ ବ୍ୟୟ ବରାଦ ରହିଛି। ୪ମାସ ତଳେ ଠିକାଦାର ଜାତୀୟ ଉଦ୍ୟାନର ମୁଖ୍ୟ ଫାଟକ ନିକଟରୁ କାମ ଆରମ୍ଭ କରିଥିଲେ। ଏହି ୫ ଶହ ମିଟର ରାସ୍ତା ମଧ୍ୟରୁ ମାତ୍ର ୪୦ ପ୍ରତିଶତ କାମ କରି ଢଳେଇ ରାସ୍ତାରେ ରଡ଼ ବାହାରି ଥିବା ଅବସ୍ଥାରେ କାମ ଅଧା କରି ଠିକାଦାର ଛୁ’ ମାରିଛନ୍ତି। ଦୀର୍ଘ ଅଢେଇମାସ ହେଲା ଏହି ରାସ୍ତାକାମ ବନ୍ଦ ରହିଛି। ଏହି ରାସ୍ତା ଉପରେ ନିର୍ଭର କରୁଥିବା ଡାଙ୍ଗମାଳ ପଞ୍ଚାୟତବାସୀ ହୀନସ୍ତା ହେଉଥିବା ବେଳେ ଏବେ ପର୍ଯ୍ୟଟକମାନେ ନାହିଁ ନ ଥିବା ହୀନସ୍ତାର ଶିକାର ହେଉଛନ୍ତି। ଠିକାଦାର କେଉଁଠି ରାସ୍ତା ଖୋଳି ଦେଇଛନ୍ତି ତ, ଆଉ କେଉଁଠି ଗୋଟିଏ ପାର୍ଶ୍ୱରେ ଢଳେଇ କରି ଆର ପାର୍ଶ୍ୱକୁ ଖାଲୁଆ କରି ଛାଡ଼ି ଦେଇଛନ୍ତି। ପରିସ୍ଥିତି ଏପରି ହୋଇଛି, ମୁଖ୍ୟ ଫାଟକ ଯାଏଁ ପର୍ଯ୍ୟଟକଙ୍କ ଗାଡ଼ି ଯାଇପାରୁନି। କେବଳ ସେତିକି ନୁହେଁ, ଖୋଳାରୁ ଡାଙ୍ଗମାଳ ରାସ୍ତାରେ ଏବେ ଯାତାୟାତ କରିହେଉନି। ଖାଲ ଢିପରେ ଏହି ରାସ୍ତା ଭରି ଯାଇଥିଲେ ମଧ୍ୟ ଠିକାଦାର କାମ ନ କରି ପଳାଇ ଯିବାରୁ ରାଜନଗରବାସୀ ହୀନସ୍ତା ଭୋଗୁଛନ୍ତି। ଏହି ରାସ୍ତା ଉପରେ ଖମାରସାହି, ଈଶ୍ୱରପୁର, ଡାଙ୍ଗମାଳ, କୃଷ୍ଣନଗର, ତାଳଚୁଆ, ବାଘମାରି, କେରୁଅଁାପାଳ ଓ ରଙ୍ଗଣୀ ପଞ୍ଚାୟତବାସୀ ନିର୍ଭରଶୀଳ। ୮ ପଞ୍ଚାୟତବାସୀଙ୍କ ଏହା ବ୍ଲକ ମୁଖ୍ୟାଳୟକୁ ଯୋଗାଯୋଗ କରିବାର ଏକମାତ୍ର ରାସ୍ତା। ଏ ସମ୍ପର୍କରେ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ରାସ୍ତା ଓ କୋଠାବାଡି ସବ୍‌ଡିଭିଜନର ସହକାରୀ ନିର୍ବାହୀଯନ୍ତ୍ରୀ ନଟବର ପ୍ରଧାନଙ୍କୁ ପଚାରିବାରୁ ଠିକାଦାର କାମ ଅଧା କରି ପଳାଇଛନ୍ତି। ଠିକାଦାରଙ୍କୁ ଚିଠି ଦେଲେ ମଧ୍ୟ ସେ ଚିଠି ରିସିଭ କରୁନାହାନ୍ତି। ଏ ନେଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri