ସୁନାପୁର ବେଳାଭୂମିକୁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ, ଟୁଇଟ୍‌ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩୦।୧(ଅସମାପିକା ସାହୁ ): ଗଞ୍ଜାମ ଜିଲାର ସୁନାପୁର ବେଳାଭୂମିକୁ ୨୦୨୩-୨୪ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ପୁରସ୍କାର ପାଇଁ ବିବେଚିତ କରାଯାଇଛି। ଏଫଇଇ ସଂସ୍ଥା ପକ୍ଷରୁ ଏ ନେଇ ସର୍ଭେ କରାଯାଇଥିଲା । ୭୭ ଟି ଦେଶର ବେଳାଭୂମିର ସ୍ଥିତି ଉପରେ ସର୍ଭେ କରାଯାଇଥିଲା । ଏଭଳି ଖବର ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ଜାହିର କରିଛନ୍ତି । ଟୁଇଟ କରି ଗଞ୍ଜାମ ପାଇଁ ଏହା ଏକ ବଡ ଉପଲବ୍ଧି ବୋଲି କହିବା ସହ ଖୁସି ବ୍ୟକ୍ତ କରିଛନ୍ତି । ସୁନାପୁର ବେଳାଭୂମି ଖୁବ କମ ସମୟ ମଧ୍ୟରେ ପର୍ଯ୍ୟଟକଙ୍କ ପସନ୍ଦ ହୋଇଛି । ଏଠାକାର ସ୍ବଚ୍ଛତା, ସୁନ୍ଦର, ବିସ୍ତର୍ଣ୍ଣ ବେଳାଭୂମି, ଜଳରାଶି ସମସ୍ତଙ୍କୁ ବେଶ ଆକୃଷ୍ଠ କରି ପାରିଛି । ବିଶେଷ ଶୀତ ଋତୁରେ ଏଠାକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେଉଛି। ଶାନ୍ତ ସୁନ୍ଦର ସ୍ବଛ ପାଇଁ ଏହି ବ୍ଲୁ ଫ୍ଲାଗ ବେଳାଭୂମି ଏବେ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଛି ।

Share