ଅନ୍ତର୍ଜାତୀୟ ବ୍ରେଲ୍‌ ମାଗାଜିନ୍‌ ଲୋକାର୍ପିତ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ସଲାମ ଜୀବନ ପକ୍ଷରୁ ଶୁକ୍ରବାର ଅନ୍ତର୍ଜାତୀୟ ବ୍ରେଲ୍‌ ମାଗାଜିନ୍‌ ‘ବ୍ରେଲ୍‌ କମ୍ୟୁନିକ୍‌’ ଲୋକାର୍ପିତ ହୋଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଡିଏସ୍‌ଏସ୍‌ଓ ହେଡ୍‌କ୍ୱାର୍ଟର ସନ୍ନ୍ୟାସୀ କୁମାର ବେହେରା ଓ ତେଜେଶ୍ୱେର ପରିଡ଼ା ଏହାକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ପଣ୍ଡା କହିଛନ୍ତି, ଏହି ମାଗାଜିନ୍‌ ସାରା ବିଶ୍ୱର ଦୃଷ୍ଟିବାଧକଙ୍କ ପାଇଁ ଏକ ସୁଯୋଗ ତିଆରି କରିବ। ଏହାର ମୁଖ୍ୟ ସମ୍ପାଦିକା ଡା. ସରିତା ବେହେରା କହିଛନ୍ତି, ମାଗାଜିନ୍‌ରେ ଭାରତ ସମେତ ୩ଟି ଦେଶର ଲେଖକଙ୍କ ଲେଖା ତଥା ଅନୁଭୂତିକୁ ସ୍ଥାନ ଦିଆଯାଇଛି। ଏହାକୁ ଦେଶ ଓ ବିଶ୍ୱର ବିଭିନ୍ନ ଲାଇବ୍ରେରି, ଦୃଷ୍ଟିବାଧକ ବ୍ୟକ୍ତିଙ୍କ ପାଇଁ କାର୍ଯ୍ୟ କରୁଥିବା ସଙ୍ଗଠନ ତଥା ଶିକ୍ଷାନୁଷ୍ଠାନଗୁଡ଼ିକୁ ମାଗଣାରେ ବଣ୍ଟନ କରାଯିବ। କାର୍ଯ୍ୟକ୍ରମରେ ସହସମ୍ପାଦିକା ଅମ୍ରିତାରାଣୀ ସାହୁ, ସଲାମ ଜୀବନର ନିର୍ଦ୍ଦେଶକ ସମ୍ବିତ ନନ୍ଦ, ପରିଚାଳନା ନିର୍ଦ୍ଦେଶକ ଇମ୍ରାନ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

Share