
କର୍ଲାମୁଣ୍ଡା;୨୮।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ କୃଷକ /ଅଂଶଧନକାରୀମାନଙ୍କୁ ନେଇ ଏକ ସାଧାରଣ ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମବାୟ ସମିତିର ସଭାନେତ୍ରୀ ଇନ୍ଦୁମତି ଭୋଇ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ଶଙ୍କର ସାହୁ,କୃଷକ ନେତା ନନ୍ଦି କିଶୋର ଭୋଇ,ବୋର୍ଡ ସଦସ୍ୟ ଜୟ ଶଙ୍କର ସାହୁ,ଭରତ ବେହେରା ପ୍ରମୁଖ ମଞ୍ଚାସୀନ ହୋଇ ସମବାୟ ସମିତି ଜରିଆରେ କୃଷକ ମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡାଟା ଏଣ୍ଟ୍ରି ଅପରେଟର ଅଚିନ ଅନୁଭବ ଷଡଙ୍ଗୀ,ଏଡ଼ିଓ ରମେଶ ଚନ୍ଦ୍ର ସାହୁ, ଧବଳେଶ୍ବର ସାହୁ ,କୈଳାସ ଭୋଇ,ବିଜେମଲ ସାହୁ,କ୍ଷମରାଜ ସାହୁ ,ରାଜୀବ ସାହୁ ଓ ଅନ୍ୟ ଚାଷୀ ମାନେ ସହଯୋଗ କରିଥିଲେ।