Categories: ଫୁରସତ

ପ୍ରତିଭା ପ୍ରଦର୍ଶନର ସୁଯୋଗ

ଏପ୍ରିଲ ୨୯, ପ୍ରତିବର୍ଷ ଏହି ଦିନରେ ପାଳିତ ହୋଇଥାଏ ଅନ୍ତର୍ଜାତୀୟ ନୃତ୍ୟ ଦିବସ। ନୃତ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଓ ନୃତ୍ୟରେ ଅଂଶ ଗ୍ରହଣ ଲାଗି ଉତ୍ସାହିତ କରିବା ଏହି ଦିବସର ଅସଲ ଉଦ୍ଦେଶ୍ୟ। ନୃତ୍ୟକଳାର ମହତ୍ତ୍ୱ ତଥା ଚାପରୁ ମୁକ୍ତି, ଆତ୍ମ ଅଭିବ୍ୟକ୍ତି, ଆନନ୍ଦର ଉତ୍ସବ ଓ ସଂଯୋଗକୁ ବଢ଼ାଇବାରେ ନୃତ୍ୟ ଏକ ଶକ୍ତିଶାଳୀ ମାଧ୍ୟମ ପରିଗଣିତ। ଏହା ଲୋକଙ୍କ ମଧ୍ୟରେ ଏକତା ସୃଷ୍ଟି କରିବାରେ ବି ସହାୟକ ହୋଇଥାଏ। ‘ମଡର୍ନ ବାଲଟ ଡ୍ୟାନ’୍ସର ଜନକ ଜିନ-ଜର୍ଜେସ ନୋଭେରଙ୍କ ଜନ୍ମଦିନକୁ ଇଣ୍ଟରନାଶନାଲ ଡ୍ୟାନ୍ସ ଡେ’ ବା ଅନ୍ତର୍ଜାତୀୟ ନୃତ୍ୟ ଦିବସ ଭାବେ ପାଳନ କରାଯାଇଆସୁଛି। ସୂଚନାଯୋଗ୍ୟ ୧୯୮୨ରେ ଡ୍ୟାନ୍ସ କମିଟି ଅଫ୍‌ ଦ ଇଣ୍ଟରନାଶନାଲ ଥିଏଟର ଇନ୍‌ଷ୍ଟିଚ୍ୟୁଟ୍‌(ଆଇଟିଆଇ) ଏପ୍ରିଲ ୨୯କୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାଦ୍ୱାରା ସାରା ବିଶ୍ୱରେ ଥିବା ନୃତ୍ୟଶିଳ୍ପୀଙ୍କ ପ୍ରତିଭା ଆଡ଼କୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିହେବ ବୋଲି ମତ ପ୍ରକାଶ ପାଇଥିଲା। ଅବଶ୍ୟ ଏହି ଦିବସ ପାଳନର ଅର୍ଥ ନୃତ୍ୟର ଗୁରୁତ୍ୱକୁ ନେଇ ବିଶ୍ୱବାସୀଙ୍କୁ ସଚେତନ କରାଇବା। ଏଥିସହ ଆଉ ଏକ ଉଦ୍ଦେଶ୍ୟ ହେଉଛି, ନୃତ୍ୟଶିଳ୍ପୀମାନେ ଏହି ଅବସରରେ ସାରା ବିଶ୍ୱରେ ସେମାନଙ୍କ ପ୍ରତିଭାର ପରିଚୟ ଦେଇପାରିବେ ଓ ନୃତ୍ୟର ମହତ୍ତ୍ୱକୁ ବୁଝାଇପାରିବେ।

Share