Categories: ଜାତୀୟ

ଆଇଏନଏସ୍‌ ବିକ୍ରାନ୍ତରେ ଯୋଗ କଲେ ରାଜନାଥ ସିଂ

ନୂଆଦିଲ୍ଲୀ,୨୧।୬: ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଭାରତ ସମେତ ସମଗ୍ର ବିଶ୍ୱରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ଯେଉଁଠାରେ ସେ ଯୋଗ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି। ଗୁରୁଗ୍ରାମରେ ଯୋଗ ଦିବସରେ ଅଂଶଗ୍ରହଣ କରିବା ପାଇଁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସମେତ ହରିୟାଣାର ରାଜ୍ୟ ଅଧ୍ୟକ୍ଷ ଓମ ପ୍ରକାଶ ଧନଖର ଏବଂ ଏମ୍‌ପି ଧର୍ମବୀର ସିଂ ଉପସ୍ଥିତ ଅଛନ୍ତି। ସେହିପରି ରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଇଏନଏସ୍‌ ବିକ୍ରାନ୍ତରେ ଯୋଗ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଛନ୍ତି।

Share