ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଜୁଲାଇ ୧୫ ଯାଏଁ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୬।୬: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ରେଲଓ୍ବେ ପରେ ଏବେ ଅନ୍ତର୍ଜାତୀୟ ଉଡାଣ ଉପରେ ରୋକୋ ଲଗାଯାଇଛି। ଅନ୍ତର୍ଜାତୀୟ ଉଡାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ କେନ୍ଦ୍ର ସରକାର ପୁଣି ବୃଦ୍ଧି କରିଛନ୍ତି। ଜୁଲାଇ ୧୫ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ ଶୁକ୍ରବାର ସୂଚନା ଦେଇଛନ୍ତି। କିନ୍ତୁ ଏହି ସମୟରେ ଘରୋଇ ବିମାନ ସେବା ଜାରି ରହିବ। ଏହି ନିର୍ଦ୍ଦେଶ କେବଳ କାର୍ଗୋ ବିମାନ ଓ ଡିଜିସିଏରୁ ଅନୁମୋଦିତ ସ୍ବତନ୍ତ୍ର ବିମାନ ଉପରେ ଲାଗୁ ହେବ ନାହିଁ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୫ରେ କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୩ରୁୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକୋ ଲଗାଯାଇଥିଲା।

Share