ନୂଆଦିଲ୍ଲୀ,୩୦।୬: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୩୧ ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ କରିବାକୁୂ ଘୋଷଣା କରିଛନ୍ତି। ପୂର୍ବରୁ ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ଉଡ଼ାଣକୁ ବନ୍ଦ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏବେ ଏହାକୁ ପୁଣି ବଢ଼ାଇ ଦିଆଯାଇଛି। ତେବେ ବିଶେଷ ଅନୁମତି ପ୍ରାପ୍ତ ବିମାନ ଉଡ଼ାଣ ପୂର୍ବ ଭଳି ଜାରି ରହିବ। କରୋନା ସଂକ୍ରମଣ ଯୋଗୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧ ଏପ୍ରିଲ୍ ୩୦ରୁ ମେ’ ୩୧ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା ଜାରି କରାଯାଇଥିଲା। ଏହାପରେ ଏହାକୁ ମାସେ ବଢ଼ାଯାଇ ଜୁନ୍ ୩୦ କରାଯାଇ ଥିଲା। ଏବେ କଟକଣା ପୁଣି ମାସେ ବଢ଼ିଛି।