Categories: ଜାତୀୟ

ସେପ୍ଟେମ୍ବର ୩୦ ଯାଏ ଅନ୍ତଃରାଷ୍ଟ୍ରୀୟ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବା କଟକଣାକୁ ସେପ୍ଟେମ୍ବର ୩୦ ଯାଏ ବଢ଼ାଇଛନ୍ତି। ଅର୍ଥାତ୍‌ ସେପ୍ଟେମ୍ବର ୩୦ ଯାଏ ବିଦେଶକୁ କମର୍ସିଆଲ ଫ୍ଲାଇଟଗୁଡ଼ିକ ବାତିଲ ରହିବ। କୋଭିଡ୍‌-୧୯ ସ୍ଥିତିକୁ ବିଚାର କରି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏ ନେଇ ରବିବାର ସ୍ପଷ୍ଟ କରାଯାଇଛି। ଚଳିତ ବର୍ଷ ଜୁନ ୨୬ରେ ମଧ୍ୟ ସରକାର ଏ ନେଇ ଏକ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ ବର୍ତ୍ତମାନ କିଛିଟା ପରିବର୍ତ୍ତନ କରାଯାଇଛି। କେତେକ ବଛାବଛା ରୁଟ୍‌ରେ ଅନ୍ତର୍ଜାତୀୟ ବିମାନ ସେବା ପୂର୍ବବତ୍‌ ଜାରି ରହିବ। ବିମାନ ଯୋଗେ ଅନ୍ତର୍ଜାତୀୟ ବିମାନ ପରିବହନ ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ ବୋଲି ଡିଜିସିଏ କହିଛି। ଅର୍ଥାତ୍‌ ବର୍ତ୍ତମାନର ପରିବର୍ତ୍ତିତ ନିୟମ ମାଲ ପରିବହନ କ୍ଷେତ୍ର ଲାଗି ଲାଗୁ ହେବ ନାହିଁ। ଏଥିଲାଗି ଡିଜିସିଏ ମଞ୍ଜୁରୀ ଲୋଡ଼ା ପଡ଼ିବ। ସେହିଭଳି କର୍ତ୍ତୃପକ୍ଷଙ୍କ ଅନୁମତି ପରେ ନିର୍ଦ୍ଦିଷ୍ଟ ସ୍ଥାନକୁ ବିମାନ ସେବା ଉପଲବ୍ଧ ହେବ। ପୂର୍ବ ନିର୍ଦ୍ଦେଶ ମୁତାବକ ଅନ୍ତର୍ଜାତୀୟ ବିମାନ ସେବା ଅଗଷ୍ଟ ୩୧ ଯାଏ ବାତିଲ ଥିବା ବେଳେ ଏହାକୁ ବର୍ତ୍ତମାନ ଆଉ ଗୋଟିଏ ମାସ ବୃଦ୍ଧି କରାଯାଇଛି।

Share