Categories: ଜାତୀୟ

ଫେବୃଆରୀ ୨୮ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ,୧୯।୧: ଦେଶରେ କରୋନାର ‘ ଓମିକ୍ରନ୍‌’ ଭାରିଆଣ୍ଟ ଚିନ୍ତା ବଢାଉଛି। ଦିନକୁ ଦିନ ନୂଆ ମାମଲା ସାମ୍ନାକୁ ଆସୁଛି। ତେବେ କୋଭିଡ୍‌ର ମୁକାବିଲା ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଏହାରି ଭିତରେ ଅନ୍ତର୍ଜାତୀୟ ବିମାନ ଚଳାଚଳରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା। ତେବେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏବେ ଏହାର ସମୟସୀମାକୁ ବୃଦ୍ଧି କରାଯାଇଛି। ଆସନ୍ତା ଫେବୃଆରୀ ୨୮ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ। ଏ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଏୟାର ବବଲ ଏଗ୍ରିମେଣ୍ଟ ଓ ବନ୍ଦେ ଭାରତ ମିଶନ ଯୋଜନାରେ ବିମାନ ସେବା ଜାରି ରହିବ ବୋଲି କୁହାଯାଇଛି । ପୂର୍ବ ବ୍ୟବସ୍ଥା ପରି କାର୍ଗୋ ଫ୍ଲାଇଟ ସେବା ମଧ୍ୟ ଜାରି ରହିବ । ଦେଶରେ କୋଭିଡ୍‌ ବଢିବା ଆଶଙ୍କା ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

 

Share