Posted inଖେଳ

୪୮୯ ଦିନ ପରେ ଭାରତର ପ୍ରଥମ ବିଜୟ: ପ୍ରତ୍ୟାବର୍ତ୍ତନରେ ଗୋଲ୍ କଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ,୧୯।୩: ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ଭାରତ ୩-୦ ଗୋଲରେ ମାଲଡିଭ୍ସକୁ ପରାସ୍ତ କରିଛି। ପ୍ରଥମ ଅଧଘଣ୍ଟା ଗୋଲଶୂନ୍ୟ ରହିବାପରେ ୩୪ତମ ମିନିଟରେ ପ୍ରଥମ ଗୋଲଟି ଦେଇଥିଲେ ରାହୁଲ ଭେକେ। ପ୍ରଥମାର୍ଦ୍ଧ ଶେଷ ବେଳକୁ ଭାରତ ୧-୦ରେ ଅଗ୍ରଣୀ ରହିଥିଲା। ୬୬ତମ ମିନିଟରେ ଲିଷ୍ଟନ କୋଲାକୋ ଆଉ ଏକ ଗୋଲ ଦେଇ ଭାରତର ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ।

ସୁନୀଲ ଛେତ୍ରୀ ମଧ୍ୟ ଏଠାରେ ନିଜ କରିସ୍ମା ଦେଖାଇଥିଲେ। ସେ ନିଜ ଅବସରରୁ ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଗୋଲ ଦେଇ ଦକ୍ଷତା ପ୍ରଦର୍ଶନ କରିଥିଲେ। ମ୍ୟାଚର ୭୬ତମ ମିନିଟରେ ସେ ଏହି ଗୋଲ ସ୍କୋର କରିଥିଲେ। ବାଂଲାଦେଶ ବିପକ୍ଷ ୨୦୨୭ ଏଏଫ୍‌ସି ଏସିଆନ କପ୍‌ କ୍ୱାଲିପାଇଂ ତୃତୀୟ ରାଉଣ୍ଡ ମ୍ୟାଚ ପୂର୍ବରୁ ଏହି ବିଜୟ ଭାରତୀୟ ଦଳର ମନୋବଳ ବଢ଼ାଇଛି। ଭାରତ-ବାଂଲାଦେଶ ଏଏଫ୍‌ସି କ୍ୱାଲିଫାଇଂ ମ୍ୟାଚ ଚଳିତ ମାସ ୨୫ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ବିଡ୍ ଦାଖଲ କଲା ଭାରତ

ନୂଆଦିଲ୍ଲୀ, ୨୧ା୩: କ୍ରୀଡା ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଭାରତ ୨୦ ମାର୍ଚ୍ଚ, ଗୁରୁବାର ଅହମ୍ମଦାବାଦ ସହରରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ବିଡ୍ ଦାଖଲ...

କ୍ୟାପ୍ଟେନ୍ସ ମିଟ୍‌ରେ ହେଲା ବଡ଼ ନିଷ୍ପତ୍ତି: ଓଭର ହାର ଲାଗି ଅଧିନାୟକଙ୍କୁ…

ନୂଆଦିଲ୍ଲୀ,୨୦ା୩: ଆଇପିଏଲ୍‌ରେ ଓଭର ହାର ଅପରାଧ ଲାଗି ଅଧିନାୟକଙ୍କୁ ବ୍ୟନ୍‌ କରାଯିବ ନାହିଁ। ଏହା ବଦଳରେ ଡିମେରିଟ ପଏଣ୍ଟ ଦିଆଯିବ। ଗୁରୁବାର ଅନୁଷ୍ଠିତ କ୍ୟାପ୍ଟେନ୍ସ ମିଟ୍‌ରେ...

ଡବ୍ଲ୍ୟୁଟିସିରେ ଲାଗୁ ହୋଇପାରେ ନୂଆ ବୋନସ ପଏଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୨୦ା୩: ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ର ୨୦୨୫-୨୭ ସାଇକେଲରେ ଏକ ନୂଆ ବୋନସ ପଏଣ୍ଟ ବ୍ୟବସ୍ଥା ଲାଗୁ କରାଯାଇପାରେ। ଯାହାଫଳରେ ଉଚ୍ଚ ର଼୍ୟାଙ୍କଧାରୀ ଦଳ ବିପକ୍ଷରେ ବିଜୟ...

ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର

ଶିମ୍‌ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି...

ଭାରତରେ ହେବ ଏସିଆନ ସୁଇମିଂ ଚାମ୍ପିୟନଶିପ୍‌

ନୂଆଦିଲ୍ଲୀ,୨୦ା୩: ଖୁସି ଖବର। ଭାରତ ଏସିଆନ ସୁଇମିଂ ଚାମ୍ପିୟନଶିପ୍‌ର ୧୧ଶ ସଂସ୍କରଣର ଆୟୋଜକ ହୋଇଛି। ଏହି ଇଭେଣ୍ଟ ଅହମ୍ମଦାବାଦସ୍ଥିତ ନାରଣପୁର ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଅକ୍ଟୋବର ୧ରୁ...

IPL 2025 କାର୍ଯ୍ୟସୂଚୀରେ ହେଲା ପରିବର୍ତ୍ତନ, କୋଲକାତା-ଲକ୍ଷ୍ନୌ ମ୍ୟାଚର ସ୍ଥାନ ହୋଇଛି ପରିବର୍ତ୍ତନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୦।୩: ଏପ୍ରିଲ ୬ରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ (LSG) ମଧ୍ୟରେ ମ୍ୟାଚ ଏବେ କୋଲକାତା ପରିବର୍ତ୍ତେ ଗୁଆହାଟୀରେ...

ସାକିବଙ୍କୁ ବଡ଼ ଆସ୍ବସ୍ତି

ଢାକା,୨୦ା୩:: ବାଂଲାଦେଶର ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କୁ ସନ୍ଦେହଜନକ ବୋଲିଂ ଆକ୍ସନରୁ ମୁକ୍ତ କରାଯାଇଛି। ସେ ଏବେ ଅନ୍ତର୍ଜାତୀୟ ଦିନିକିଆ ଓ ବିଶ୍ୱର ବିଭିନ୍ନ...

ମାହିଙ୍କୁ ନେଇ ବଡ଼ ବୟାନ ଦେଲେ Zaheer Khan

ନୂଆଦିଲ୍ଲୀ,୨୦।୩: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ IPL-୨୦୨୫ରେ ଲକ୍ଷ୍ନୌ ସୁପରଜିଆଣ୍ଟସର ପରାମର୍ଶଦାତା। ସେ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କିଛି କହିଥିଲେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image