ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ମିଳିଲା ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୨୭।୧୨(ବ୍ୟୁରୋ)-ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର ମିଳିଛି । ତାଙ୍କୁ ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ସେହିପରି ଭାରୋତ୍ତଳକ ସ୍ନେହା ସୋରେନ ଓ ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ଭାବେ ଘୋଷଣା କରାଯାଇଛି। ଉଭୟଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଛି। ମହାମାରୀ କରୋନା ଭାଇରସ ପାଇଁ ’ଇମ୍ପାକ୍ଟ’ ପକ୍ଷରୁ ନିରାଡମ୍ବର ଉତ୍ସବରେ ପୁରସ୍କାର ପ୍ରଦାନ କରାଯାଇଛି।

Share