କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବଡ଼ ନିଷ୍ପତ୍ତି, ଇରାନର ଘାତକ ସେନାକୁ ଆତଙ୍କବାଦୀ ସଂଗଠନ ଘୋଷଣା

ଓଟ୍ଟାଓ୍ବା,୨୦।୬: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଇରାନର ଆଇଆର୍‌ଜିସିକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଆଇଆର୍‌ଜିସିକୁ ଆତଙ୍କବାଦୀ ତାଲିକାରେ ସାମିଲ କରିବା ଦ୍ୱାରା ଏକ ଦୃଢ଼ ବାର୍ତ୍ତା ଦିଆଯାଇଛି। କାନାଡ଼ା ଆଇଆର୍‌ଜିସିର ସମସ୍ତ ଆତଙ୍କବାଦୀ ଗତିବିଧି ସହ ଲଢ଼ିବା ପାଇଁ ଯଥାସମ୍ଭବ ପ୍ରୟାସ କରିବ। କାନାଡ଼ାର ଏଭଳି ପଦକ୍ଷେପ ପରେ ଏବେ ସମସ୍ତଙ୍କ ନଜର ଇରାନ ଉପରେ ରହିଛି। ତେବେ ଇରାନ ପକ୍ଷରୁ ଏନେଇ କୌଣସି ବୟାନ ଜାରି କରାଯାଇନାହିଁ।

ଦୀର୍ଘଦିନରୁ କାନାଡାରେ ଇରାନର ଆଇଆରଜିସିକୁ ବ୍ଲାକଲିଷ୍ଟ କରିବାକୁ ଦାବି ହୋଇ ଆସୁଥିଲା। କାରଣ ଏହା ଇରାନର ସବୁଠାରୁ ଭୟଙ୍କର ସଂଗଠନ। ଏହାର ସ୍ଥାପନା ଇସଲାମିକ୍‌ କ୍ରାନ୍ତି ପରେ କରାଯାଇଥିଲା। ଏମାନେ ପାରମ୍ପରିକ ଯବାନଙ୍କ ଭଳି ନୁହନ୍ତି। ଏହା ଇରାନର ବୈକଳ୍ପିକ ଫୋର୍ସ। ଏଥିରେ ୧.୯୦ ଲକ୍ଷ ସୈନିକ ଅଛନ୍ତି।

ପୂର୍ବରୁ ଇରାନ ବହୁତ ଆଧୁନିକ ଦେଶ ଥିଲା। ପରେ ଏଠାରେ ଇସଲାମିକ ଆଇନ ଲାଗୁ ହୋଇଥିଲା, ଯାହାର ବିରୋଧ କରାଯାଇଥିଲା। ପରେ ଇରାନର ଏହି ଗୋଷ୍ଠୀ ଆଇନକୁ ବୈଧ ବୋଲି ମାନି ନେଇଥିଲା।

Share