
ନୂଆଦିଲ୍ଲୀ,୨୫ା୩: ଭାରତୀୟ କବାଡି ଖେଳାଳିଙ୍କୁ ଖୁବ୍ଶୀଘ୍ର ଏକ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି। ଭାରତୀୟ ଆମେଚର କବାଡି ମହାସଂଘ(ଏକେଏଫ୍ଆଇ) ଉପରୁ ଅନ୍ତର୍ଜାତୀୟ କବାଡି ମହାସଂଘ (ଆଇକେଏଫ୍) ଆସନ୍ତା ଜୁଲାଇରେ ବ୍ୟାନ ହଟାଇବ। ଏ ନେଇ ଆଇକେଏଫ୍ ସଭାପତି ବିନୋଦ କୁମାର ତିଓ୍ବାରୀ ସୂଚନା ଦେଇଛନ୍ତି। ଗତ ବର୍ଷ ଜୁଲାଇରେ ନିର୍ବାଚିତ ପରିଷଦକୁ ଦାୟିତ୍ୱ ହସ୍ତାନ୍ତର କରା ନ ଯିବାରୁ ଆଇକେଏଫ୍ ପକ୍ଷରୁ ଏକେଏଫ୍ଆଇକୁ ବ୍ୟାନ କରାଯାଇଥିଲା।
୨୦୨୩ ଡିସେମ୍ବରରେ ନିର୍ବାଚିତ ହୋଇଥିବା ପରିଷଦକୁ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏକେଏଫ୍ଆଇର ପଦାଧିକାରୀ ଜବାହରଲାଲ ନେହେରୁ ଷ୍ଟାଡିୟମରୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଣୁ ଏକେଏଫ୍ଆଇ ଉପରୁ ବ୍ୟାନ ହଟାଯିବ। ଆସନ୍ତା ମାସରେ ଆମର କାର୍ଯ୍ୟକାରୀ ବୋର୍ଡ ମିଟିଂ ହେବ ଏବଂ ଆନୁଷ୍ଠାନିକ ଭାବେ ବ୍ୟାନ ହଟାଯିବ ବୋଲି ତିଓ୍ବାରୀ କହିଛନ୍ତି।