Categories: ଖେଳ

ଆଇପିଏଲ ୨୦୨୪ ପୂର୍ବରୁ ଆଫଗାନିସ୍ତାନର ଏହି ଖେଳାଳିଙ୍କୁ ୧୨ ମାସ ପାଇଁ ବ୍ୟାନ୍‌

ନୂଆଦିଲ୍ଲୀ,୨୧।୨: ଆଇପିଏଲ ୨୦୨୪ ପାଇଁ କାର୍ଯ୍ୟସୂଚୀ ଶୀଘ୍ର ଘୋଷଣା କରାଯାଇପାରେ। କିନ୍ତୁ ଏହାପୂର୍ବରୁ ଆଫଗାନିସ୍ତାନର ତାରକା ସ୍ପିନର ନୁର ଅହମ୍ମଦଙ୍କୁ ବଡ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଟୁର୍ନାମେଣ୍ଟ ପୂର୍ବରୁ ନୁରଙ୍କ ଉପରେ ୧୨ ମାସର ବ୍ୟାନ୍‌ ଲଗାଯାଇଛି। ଆଇପିଏଲରେ ନୁର ଗୁଜରାଟ ଟାଇଟାନ୍ସର ଏକ ଅଂଶ। ୨୦୨୨ର ମେଗା ନିଲାମରେ ତାଙ୍କୁ ଗୁଜରାଟ ଦଳ କିଣିଥିଲା।

ୟୁଏଇରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଲିଗ୍‌ ଟି -୨୦ (ଆଇଏଲଟି 20) ଦ୍ୱାରା ନୁର ଅହମ୍ମଦଙ୍କୁ ୧୨ ମାସ ପାଇଁ ବାରଣ କରାଯାଇଛି। ଶାରଜାହ ୱାରିୟର୍ସଙ୍କ ସହ ଖେଳାଳି ଚୁକ୍ତିନାମାକୁ ଉଲ୍ଲଂଘନ କରିଥିବାରୁ ଆଫଗାନିସ୍ତାନ ସ୍ପିନରଙ୍କୁ ଟୁର୍ନାମେଣ୍ଟରୁ ବାରଣ କରାଯାଇଛି। ୨୦୨୩ରେ ଟୁର୍ନାମେଣ୍ଟର ପ୍ରଥମ ସିଜନ ପାଇଁ ଶାରଜାହ ୱାରିୟର୍ସ ନୁରଙ୍କୁ ସ୍ବାକ୍ଷର କରିଥିଲେ। ଫ୍ରାଞ୍ଚାଇଜ ନୁରଙ୍କୁ ଏକ ବର୍ଷର ଚୁକ୍ତିନାମା ବଢାଇବାକୁ ଅଫର୍‌ ଦେଇଥିଲା, କିନ୍ତୁ ସେ ଦ୍ୱିତୀୟ ସିଜନ ପାଇଁ ସଂରକ୍ଷଣ ବିଜ୍ଞପ୍ତିରେ ଦସ୍ତଖତ କରିବାକୁ ମନା କରିଦେଇଥିଲେ ଏବଂ ଏସଏ ୨୦ ରେ ଡର୍ବାନ ସୁପର ଜିଆଣ୍ଟସ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ।

ଅନ୍ତର୍ଜାତୀୟ ଲିଗ୍‌ ଟି -୨୦ ଏକ ବିଜ୍ଞପ୍ତିରେ କହିଛି ଯେ, ପ୍ରଥମ ଲିଗ ପାଇଁ ତାଙ୍କୁ ଦସ୍ତଖତ କରିଥିବା ଶାରଜା ୱାରିୟର୍ସଙ୍କ ସହ ତାଙ୍କ ଖେଳାଳି ଚୁକ୍ତି ଭଙ୍ଗ କରିଥିବାରୁ ଅନ୍ତର୍ଜାତୀୟ ଲିଗ ଟି -୨୦ ନୁର ଅହମ୍ମଦନୁରଙ୍କ ଉପରେ ୧୨ ମାସର ବ୍ୟାନ୍‌ ଲଗାଯାଇଛି।

 

Share