Categories: ଜାତୀୟ

ପାଳନ କରାଯାଉ ବିଶ୍ୱ ପୁରୁଷ ଦିବସ: ସୋନାଲ ମାନସିଂ

ନୂଆଦିଲ୍ଲୀ,୮ ।୩: ସାରା ବିଶ୍ୱ ପାଳନ କରୁଛି ବିଶ୍ୱ ମହିଳା ଦିବସ । ମାର୍ଚ୍ଚ ୮ ତାରିଖରେ ଏହା ପାଳନ ହେଉଥିବା ବେଳେ ମହିଳାମାନେ ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏମାନଙ୍କୁ ସମ୍ମାନିତ ବି କରାଯାଇଥାଏ । ଏହାକୁ ନେଇ ସୋମବାର ରାଜ୍ୟ ସଭାର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ସୋନାଲ ମାନସିଂ ଦାବି କରିଛନ୍ତି ଯେ ମହିଳାମାନଙ୍କ ଭଳି ବିଶ୍ୱ ପୁରୁଷ ଦିବସ ବି ପାଳନ କରାଯାଉ । ସାମାନଙ୍କର ସମାଜିକ, ରାଜନୈତିକ, ଅର୍ଥନୌତିକ ଅବଦାନ ବିଷୟରେ ବି ଆଲୋକଚନା କରାଯାଉ ।

Share