Categories: ବାଣିଜ୍ୟ

ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଦୃଢ଼ତାକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ପ୍ରଶଂସା

ନୂଆଦିଲ୍ଲୀ,୧୯।୧୨: ବୈଶ୍ୱିକ ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଓ ଦୃଢ଼ତାକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି – ଆଇ.ଏମ୍‌‌.ଏଫ୍‌‌. ପ୍ରଶଂସା କରିଛି। ଏହା ପକ୍ଷରୁ ପ୍ରକାଶିତ ବାର୍ଷିକ ପରାମର୍ଶ ରିପୋର୍ଟରେ କୁହାଯାଇଛି, ଭାରତ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବିଶ୍ୱ ସ୍ତରରେ ଏକ ଉଲ୍ଲେଖନୀୟ ପ୍ରଦର୍ଶନକାରୀ ରାଷ୍ଟ୍ର ହୋଇପାରିଛି।

ବିଶ୍ୱର ଅର୍ଥନୀତିକ ଅଭିବୃଦ୍ଧିରେ ଭାରତର ଅବଦାନ ୧୬ ଶତାଂଶରୁ ଅଧିକ ରହିବ । ବାସ୍ତବବାଦୀ ଓ ବୁଦ୍ଧିମାନ ସ୍ଥୂଳ ଆର୍ôଥକ ନୀତି ଦ୍ୱାରା ଭାରତ ଚଳିତବର୍ଷ ବିଶ୍ୱର ଅନ୍ୟତମ ଦ୍ରୁତତମ ଅଭିବୃଦ୍ଧିଶୀଳ ରାଷ୍ଟ୍ର ହେବାକୁ ଯାଉଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ଆହୁରି କୁହାଯାଇଛି, ଭାରତ ସରକାର ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ ବିକାଶରେ ପୁଞ୍ଜିନିବେଶ ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି ।

ଅର୍ଥନୀତିକ ଅଭିବୃଦ୍ଧି ପାଇଁ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଭାରତ ସରକାର ଅନେକ ଢାଂଚାଗତ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି । ସେଥିମଧ୍ୟରୁ ‘ଡିଜିଟାଇଜେସନ’ ଏକ ମହତ୍ତ୍ୱାଂକାକ୍ଷୀ କାର୍ଯ୍ୟକ୍ରମ। ଦୀର୍ଘଦିନ ଧରି କାର୍ଯ୍ୟକାରୀ ହେଉଥିବା ଏହି କାର୍ଯ୍ୟକ୍ରମ ଦ୍ୱାରା ଦେଶର ଆର୍ଥିକ
ଅଭିବୃଦ୍ଧି ବଢାଇବା ନିମନ୍ତେ ଏକ ସୁଦୃଢ ମଞ୍ଚ ତିଆରି ହୋଇଛି । ଏହା ମଧ୍ୟ ଭବିଷ୍ୟତରେ ଉତ୍ପାଦକତା ବଢାଇବାରେ ସହାୟକ ହେଉଛି ବୋଲି ଆଇ.ଏମ୍‌‌.ଏଫ୍‌‌ କହିଛି। ଏହି ରିପୋର୍ଟରେ ଚଳିତ ଆର୍ଥିକ ବର୍ଷରେ ଭାରତର ଆର୍ଥକ ଅଭିବୃଦ୍ଧି ହାର ୬.୩% ରହିବ ବୋଲି ଆକଳନ କରାଯାଇଛି ।

Share