ଆନ୍ତର୍ଜାତିକ ମାତୃଭାଷା ଦିବସ : କୃତି ପ୍ରତିଯୋଗୀଙ୍କୁ ପୁରସ୍କାର

ଦିଗପହଣ୍ଡି,୨୧।୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଆଚାର୍ଯ୍ୟ ସନ୍ତୋଷ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଭାଷା ମନର ଭାବନାକୁ ଅନ୍ୟ ନିକଟରେ ପହଞ୍ଚାଇବାର ସର୍ବଶ୍ରେଷ୍ଠ ମାଧ୍ୟମ ହୋଇଥିବା ବେଳେ ପ୍ରଥମେ ନିଜ ମାତୃଭାଷାର ସୁରକ୍ଷା ଦିଗରେ ସମସ୍ତେ ଉଦ୍ୟମ ଜାରି ରଖିବା ଦରକାର ବୋଲି ସେ କହିଥିଲେ। ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟକୁ ତତ୍କାଳୀନ ବଡ଼ ଖେମୁଣ୍ଡି ରାଜା କୃପାମୟ ଦେବ ଏବଂ କବିସୂର୍ଯ୍ୟ ବଳଦେବ ରଥଙ୍କ ଅବଦାନ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ଶିଶୁମନ୍ଦିର ପ୍ରଧାନାଆଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ, ଭଗବତୀ ପ୍ରସାଦ ମିଶ୍ର, ମାତୃଭାଷା ବିଭାଗୀୟ ମଧ୍ୟ ପ୍ରମୋଦ ଶେଖର ଡାକୁଆ ଏଥିରେ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ଆଚାର୍ଯ୍ୟ ବାବୁଲା ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଶେଷରେ ଆଚାର୍ଯ୍ୟ ସୁରେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାମନ୍ଦିରର ଆଚାର୍ଯ୍ୟା ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖଭବନରେ ସଭାପତିଙ୍କ ହାତକୁ ପଦ୍ମଫୁଲ ବଢ଼ାଇଦେଲେ ମୁନ୍ନା, ନବୀନ ଦେଲେ ଏମିତି ପ୍ରତିକ୍ରିୟା

ଭୁବନେଶ୍ୱର,୨୧।୪: ୱକଫ୍‌ ବିଲ୍‌କୁ ନେଇ ଦଳରେ ଉଠିବା ଥିବା ଝଡ ମଧ୍ୟରେ ନବୀନ ପଟ୍ଟନାୟକ ୯ମ ଥର ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି।...

ଶପଥ ନେଲେ ଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତା

ଦିଗପହଣ୍ଡି,୨୧ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓକିଲ...

ଜଳ ସଂରକ୍ଷଣ

ଆମେ ଜାଣୁ ଯେ ଜଳ ହିଁ ଜୀବନ। ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ। ଆମ ସମସ୍ତଙ୍କ ଗୋଟିଏ ଧାରଣା ଧରାପୃଷ୍ଠ ଜଳମୟ। କିନ୍ତୁ ପୃଥିବୀର...

ସୁନୀତା ଉଇଲିୟମ୍ସଙ୍କ ସ୍ମରଣୀୟ ଅନ୍ତରୀକ୍ଷ ଯାତ୍ରା

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଉଇଲିୟମ୍‌ସ ୨୦୨୪ ମସିହା ଜୁନ୍‌ ୫ ତାରିଖ ଦିନ ଆମେରିକୀୟ କମ୍ପାନୀ ବୋଇଙ୍ଗର ‘ଷ୍ଟାରଲାଇନର୍‌’ ଅନ୍ତରୀକ୍ଷ ଯାନରେ...

“ଲଙ୍କାଗୁଣ୍ଡ ପକାଇ ବାନ୍ଧିଲେ, ତା’ପରେ ଛୁରୀରେ ହତ୍ୟା କଲେ”, କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା

ବେଙ୍ଗଲୁରୁ,୨୧।୪: କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ ଏପ୍ରିଲ ୨୦ ତାରିଖରେ ବେଙ୍ଗାଲୁରୁସ୍ଥିତ ନିଜ ଘରେ ମୃତ...

ଭାରତୀୟ ଇଞ୍ଜିନିୟରିଂର ଚମତ୍କାରିତା: ଚେନାବ ରେଳ ବ୍ରିଜ୍‌

ଭୁବନେଶ୍ୱର, ୨୦।୪(ଜିତେନ୍ଦ୍ର କୁମାର ନାୟକ): କଶ୍ମୀରରୁ କନ୍ୟାକୁମାରୀ। ଭାରତର ଭୌଗୋଳିକ ସ୍ଥିତିକୁ ଦେଖି ଅନେକେ ଏପରି କହିଥାଆନ୍ତି। ଦେଶର ଜୀବନରେଖା ଭାବେ ପରିଚିତ ଭାରତୀୟ ରେଳପଥ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ: ଧରାପଡ଼ିବା ଭୟରେ ବୋମା ପକାଇଲେ ଦୁର୍ବୃତ୍ତ

ଭବାନୀପାଟଣା,୨୧।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ ଉଦ୍ୟମ ହୋଇଛି। ଟଙ୍କା ଡିପୋଜିଟ କରିବାକୁ ୩ଜଣ କର୍ମଚାରୀ ଏକ...

‘ଆମ ଆଦମୀ ପାର୍ଟି ଲଢିବ ନାହିଁ MCD ମେୟର ନିର୍ବାଚନ’,ଆତିଶୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୪: ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ଆତିଶୀ ଦିଲ୍ଲୀ MCD ମେୟର ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image