Categories: ଫୁରସତ

ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରେ ମାତୃଭାଷା

ଭାଷାଭିତ୍ତିକ ତଥା ସାଂସ୍କୃତିକ ବିବିଧତା ଏବଂ ବହୁଭାଷୀତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଫେବୃୟାରୀ ୨୧ରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥାଏ। ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାର ସଂକଳ୍ପକୁ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ ୟୁନେସ୍କୋ ୧୯୯୯ରେ ଅନୁମୋଦନ କରିଥିଲା।
ସ୍ଥାୟୀ ସମାଜ ପାଇଁ ସାଂସ୍କୃତିକ ଏବଂ ଭାଷାଭିତ୍ତିକ ବିବିଧତାର ଗୁରୁତ୍ୱ ଉପରେ ୟୁନେସ୍କୋ ବିଶ୍ୱାସ କରେ। ଶାନ୍ତି ପାଇଁ ଏହା ସଂସ୍କୃତି ଏବଂ ଭାଷାର ପାର୍ଥକ୍ୟକୁ ବଞ୍ଚାଇ ରଖିବା ପାଇଁ କାର୍ଯ୍ୟ କରେ, ଯାହା ଅନ୍ୟମାନଙ୍କ ପ୍ରତି ସହନଶୀଳତା ଏବଂ ସମ୍ମାନ ବଢ଼ାଇଥାଏ।
ୁନେସ୍କୋ ୱେବ୍‌ସାଇଟ ଅନୁଯାୟୀ, ବାଂଲାଦେଶର ଉଦ୍ୟମରେ ଏହି ଦିନକୁ ସ୍ବୀକୃତି ଦିଆଯାଇଥିଲା ଏବଂ ୨୦୦୦ ମସିହାରୁ ସାରା ବିଶ୍ୱରେ ଏହା ପାଳନ କରାଯାଇଆସୁଛି।
ୟୁନେସ୍କୋ ସମଗ୍ର ବିଶ୍ୱରେ ଭାଷା ଲୋପ ପାଇବାକୁ ନେଇ ଉଦ୍‌ବେଗ ପ୍ରକାଶ କରି ଏହି ଦିବସ ପାଳନ ପାଇଁ ସ୍ବୀକୃତି ପ୍ରଦାନ କରିଥିଲା। ସାଧାରଣ ଜୀବନରେ ମାତୃଭାଷାର ବିକାଶ ପାଇଁ ପ୍ରତିବଦ୍ଧତା ଦେଖାଇବା ଅନ୍ତର୍ଜାତୀୟ ମାତୃଭାଷା ଦିବସର ମୂଳ ଲକ୍ଷ୍ୟ।
ୟୁନେସ୍କୋ ଦ୍ୱାରା ପ୍ରଥମେ ୧୭ ନଭେମ୍ବର ୧୯୯୯ରେ ଏହି ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା।

Share