Categories: ବାଣିଜ୍ୟ

ସମ୍‌ ଅଲ୍ଟିମେଟ୍‌ ପକ୍ଷରୁ ଅନ୍ତର୍ଜାତୀୟ ନର୍ସ ଡେ ପାଳିତ

ଭୁବନେଶ୍ୱର,୧୫।୫: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ପକ୍ଷରୁ ଆନ୍ତର୍ଜାତିକ ନର୍ସ ଡେ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍‌ର ସିଇଓ ଡା. ଶ୍ୱେତପଦ୍ମା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ନର୍ସମାନେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏପରିକି ରୋଗୀ ସେବା କ୍ଷେତ୍ରରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ବିଶେଷକରି ନର୍ସମାନେ ରୋଗୀଙ୍କୁ ଦେଉଥିବା ନିଃସ୍ବାର୍ଥପର ତଥା ଉତ୍ସର୍ଗୀକୃତ ସେବାକୁ ସବୁ ସ୍ତରରେ ସ୍ବୀକାର କରିବାକୁ ପଡ଼ିବ ବୋଲି ଦାଶ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମମ୍‌ର ଚିଫ୍‌ ଅଫ୍‌ ମେଡିକାଲ ସର୍ଭିସେସ୍‌ ଡା. (ବ୍ରିଗେଡିୟର) ବିରାଜ ମୋହନ ମିଶ୍ର ଏବଂ ଚିଫ୍‌ ଅଫ୍‌ ନର୍ସିଂ ସର୍ଭିସେସ୍‌ ଏନ୍‌. ଆୟେଶା ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ କେକ୍‌ କଟାଯାଇ ନର୍ସ ଦିବସ ପାଳିତ ହୋଇଥିବା ବେଳେ କ୍ଲିନିକାଲ ଇନ୍‌ଷ୍ଟ୍ରକ୍ଟର ପଦ୍ମ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ, ହସ୍ପିଟାଲର ନର୍ସମାନେ ସେବା ପାଇଁ ମହମବତି ଧରି ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ଙ୍କ ନାମରେ ସଂକଳ୍ପ ନେଇଥିଲେ। ଏପରିକି ସମ୍ମମ୍‌ର ନର୍ସମାନେ ଆଞ୍ଚଳିକ ବେଶଭୂଷାରେ ଏକ ଫ୍ୟାଶନ ଶୋ’ରେ ମଧ୍ୟ ସାମିଲ ହୋଇଥିଲେ। ପରିଶେଷରେ ନର୍ସମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Share