Advertisement

ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌: ଏହି ଦିନ ମ୍ୟାଚ୍‌ର ମଜା ନେବେ ଦର୍ଶକ

କଟକ,୨୦।୩: ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସି ଖବର। ପୁଣିଥରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌। ୨୦୨୫ ମସିହାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ମଧ୍ୟରୁ ଗୋଟିଏ ମ୍ୟାଚ୍‌ ବାରବାଟୀରେ ଖେଲାଯିବ। ଏହି ମ୍ୟାଚ୍‌ ଫେବୃଆରୀ ୯ରେ ଖେଳାଯିବ।
ସୂଚନାଯୋଗ୍ୟ, ଶେଷଥର ପାଇଁ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ୧୨ ଜୁନ୍‌ ୨୦୨୨ ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା। ସେହିପରି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ୨୦୧୯ ୨୨ ଡିସେମ୍ବରରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା।
ନିକଟରେ କଟକ ବାରବାଟୀ ଷ୍ଟାଡିୟମ୍‌ର ନବକଳେବର ହୋଇଛି। ଏଥିସହ ଗ୍ୟାଲେରୀ ଭଙ୍ଗା ଯାଇ ନୂଆ ରୁପରେ ତିଆରି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share