Categories: ଖେଳ

ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା

ପୁରୀ ଅଫିସ,୮।୨: ତାଳବଣିଆସ୍ଥିତ ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଚାଲିଥିବା ୪୪ତମ ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତାର ମଙ୍ଗଳବାର ତୃତୀୟଦିନ ଉଭୟ ମହିଳା ଓ ପୁରୁଷ ବିଭାଗ ମଧ୍ୟରେ ସୁପର ଲିଗ୍‌ ମ୍ୟାଚ ଅନୁଷ୍ଠିତ ହୋଇଛି। ତୃତୀୟ ଦିନରେ ଅନୁଷ୍ଠିତ ମହିଳା ବିଭାଗ ମ୍ୟାଚରେ ମହାରାଷ୍ଟ୍ର ୫-୦ରେ ମଧ୍ୟପ୍ରଦେଶକୁ, ଆନ୍ଧ୍ର ପ୍ରଦେଶ ୩-୦୧ରେ ରାଜସ୍ଥାନକୁ, ତେଲେଙ୍ଗାନା ୩-୦୨ରେ କର୍ନାଟକକୁ, ପଞ୍ଜାବ୧୦-୦୦ରେ ଉତ୍ତର ପ୍ରଦେଶକୁ ହରାଇଥିଲେ। ଅନ୍ୟ ସୁପର ଲିଗ ମ୍ୟାଚରେ କେରଳ ୩-୦୦ରେ ଓଡ଼ିଶାକୁ, ଛତିଶଗଡ଼ ୭-୦୦ରେ ଦିଲ୍ଲୀକୁ, ଛତିଶଗଡ଼ ୧୦-୦୦ରେ କେରଳକୁ, ମହାରାଷ୍ଟ୍ର୧-୦୦ରେ ଆନ୍ଧ୍ରପ୍ରଦେଶକୁ, ପଞ୍ଜାବ ୯-୦୩ରେ ତେଲଙ୍ଗାନାକୁ, ଛତିଶଗଡ଼୧-୦୦ରେ ଓଡ଼ିଶାକୁ, କେରଳ ୦୫-୦୦ରେ ଦିଲ୍ଲୀକୁ, ଆନ୍ଧ୍ର ପ୍ରଦେଶ ୦୭-୦୧ରେ ତେଲଙ୍ଗାନାକୁ, ମହାରାଷ୍ଟ୍ର ୧୦-୦୦ରେ ପଞ୍ଜାବକୁ ହରାଇଛି। ସେହିପରି ପୁରୁଷ ବର୍ଗରେ ଅନୁଷ୍ଠିତ ମ୍ୟାଚଗୁଡିକରେ ପଞ୍ଜାବ ୨-୦୦ରେ ମହାରାଷ୍ଟ୍ରକୁ, ରାଜସ୍ଥାନ ୦୨-୦୧ରେ ଜମ୍ମୁକଶ୍ମୀରକୁ, ଦିଲ୍ଲୀ ୬-୦୨ ଓଡ଼ିଶାକୁ, ମଧ୍ୟପ୍ରଦେଶ ୧୦-୦୨ପଣ୍ଡିଚେରୀ କୁ, ଛତିଶଗଡ଼ ୪-୦୦ ଇଣ୍ଡିଆନ ଏଲ୍‌କୁ, ଚଣ୍ଡିଗଡ଼ ୨-୦୧ କେରଳକୁ, ହରିୟାଣା ୭-୦୦ ତେଲଙ୍ଗାନକୁ, ଆନ୍ଧ୍ର ପ୍ରଦେଶ୧୦-୦୦ ଗୁଜରାଟକୁ ହରାଇଛି। ଅପରପକ୍ଷେ ପୁରୁଷ ବିଭାଗ ସୁପର ଲିଗ ମ୍ୟାଚରେ ପଞ୍ଜାବ ୫-୦୦ ରାଜସ୍ଥାନକୁ, ଦିଲ୍ଲୀ ୪-୦୦ମଧ୍ୟପ୍ରଦେଶକୁ, ଛତିଶଗଡ଼ ୭-୦୩ ଚଣ୍ଡିଗଡ଼କୁ, ଆନ୍ଧ୍ର ପ୍ରଦେଶ ୦୩-୦୦ ହରିୟାଣାକୁ ହରାଇଛି। ଏହି ଚାମ୍ପିୟନଶିପର ଉଭୟ ବିଭାଗର ସେମି ଫାଇନାଲ ମ୍ୟାଚ ବୁଧବାର ଅନୁଷ୍ଠିତ ହେବ। ସେହିପରି ୯ ତାରିଖ ଦିନ ଏହି ସର୍ବଭାରତୀୟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ସେହିଦିନ ପୁରସ୍କାର ବିତରଣ ଉତ୍ସବ ହେବ। ଜିଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଅତିଥିଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

Share