Categories: ଜାତୀୟ

ଖୋଲିଲା ଅନ୍ତର୍ଜାତୀୟ ଝୁଲାପୋଲ ‘ଧାରଚୁଲା’: ପେନସନ ନେବାକୁ ଭାରତ ଆସିଲେ ୨୩୮ ନେପାଳ ନାଗରିକ

ଡେରାଡୁନ୍‌, ୨୨।୧୦: ଭାରତ ନେପାଳ ମଧ୍ୟରେ ଥିବା ଅନ୍ତର୍ଜାତୀୟ ଝୁଲାପୋଲ ‘ଧାରଚୁଲା’କୁ ୩ ଦିନ ପାଇଁ ଖୋଲା ଯାଇଛି। ଏହାକୁ ଶୁକ୍ରବାର ପୁଣି ବନ୍ଦ କରି ଦିଆଯିବ। ଭାରତରେ ଥିବା ନେପାଳର ନାଗରିକ ଏବଂ ନେପାଳରେ ବାସ କରୁଥିବା ଭାରତୀୟ ଏହି ସମୟ ମଧ୍ୟରେ ସୀମା ଅତିକ୍ରମ କରି ନିଜ ନିଜର ଆବଶ୍ୟକ କାମ ତୁଟାଇବେ। ପ୍ରତିଦିନ ପୂର୍ବାହ୍ନ ୯ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୫ ଘଣ୍ଟା ପାଇଁ ଏହି ଝୁଲାପୋଲ ଖୋଲା ରହିବ। ଏହି ଝୁଲାପୋଲ ଖୋଲିବା ପରେ ପ୍ରଥମ ଦିନରେ ନେପାଳର ୨୩୮ ନାଗରିକ ଭାରତକୁ ପେନସନ ନେବାକୁ ଆସିଛନ୍ତି। ସେହିପରି ୧୫୧ ଭାରତୀୟ ନେପାଳରେ ପ୍ରବେଶ କରିଥିବା ଧାରଚୁଲା ତହସିଲ୍‌ଦାର ମୋହନ ଗୋସ୍ବାମୀ ସୂଚନା ଦେଇଛନ୍ତି।

Share