Categories: ଖେଳ

ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ: ଟପ୍‌ ୧୦କୁ ଫେରିଲେ ହରମନପ୍ରିତ

ଦୁବାଇ,୧୧ା୭: ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ ତାଲିକାରେ ଟପ୍‌ ୧୦କୁ ଫେରିଛନ୍ତି ଭାରତ ଅଧିନାୟକ ହରମନ୍‌ପ୍ରୀତ କୌର। ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ଟି୨୦ ସିରିଜ ଅନ୍ତର୍ଗତ ପ୍ରଥମ ମ୍ୟାଚରେ ସେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସେ ୪ ସ୍ଥାନ ଉପରକୁ ଉଠି ୧୦ମ ସ୍ଥାନରେ ପହଞ୍ଚିଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟି୨୦ରେ ତାଙ୍କ ୪ ଓଭର ବୋଲିଂରେ ମାତ୍ର ୧୪ ରନ ଦେଇଥିବାରୁ ଦୀପ୍ତି ଶର୍ମା ବୋଲର ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

Share