ରାଇକିଆ,୬ା୧(ପ୍ରଦୀପ ବେହେରା): ନେପାଳରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନଶିପ୍ରେ ଭାରତ ତରଫରୁ ପ୍ରତିନିଧିତ୍ୱ କରି ଫେରିଛନ୍ତି କନ୍ଧମାଳ ଜିଲା ରାଇକିଆର ପ୍ରୀତମ ପ୍ରଧାନ। ସୋମବାର ଭବ୍ୟ ସମ୍ବର୍ଦ୍ଧନା ଓ ଶୋଭାଯାତ୍ରା ମଧ୍ୟମରେ ପ୍ରୀତମଙ୍କୁ ସ୍ବାଗତ କରାଯାଇଛି। ନେପାଳରେ ଡିସେମ୍ବର ୨୦ରୁ ଜାନୁଆରୀ ୨ ମଧ୍ୟରେ ଅନ୍ତର୍ଜାତୀୟ ଟେନିସ୍ ବଲ୍ କ୍ରିକେଟ ଚାମ୍ପିଅନଶିପ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ଦଳ ବିଜୟୀ ହୋଇଥିଲେ। ରାଇକିଆ ଅଞ୍ଚଳରୁ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ାରେ ପ୍ରୀତମ ପ୍ରତିନିଧିତ୍ୱ କରିଥିବାରୁ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ବିଭିନ୍ନ ସଙ୍ଗଠନ ତରଫରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
Posted inଖେଳ