Categories: ବାଣିଜ୍ୟ

ଶାଲୁଙ୍କୁ ଇଣ୍ଟରନ୍ୟାଶନାଲ ଓମେନ ଅଫ୍‌ ଦି ଇୟର ପୁରସ୍କାର

ଭୁବନେଶ୍ୱର,୨୦।୯: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର(ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ ‘ଜେଏସ୍‌ପି ଫାଉଣ୍ଡେଶନ’ର ଚେୟାରପର୍ସନ ଶାଲୁ ଜିନ୍ଦଲଙ୍କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଆମେରିକାର ଶିକାଗୋଠାରେ ଭାରତୀୟ ଦୂତାବାସର ସହଯୋଗରେ ଡିଟ୍ରାଇବାଲ୍ସ ଫାଉଣ୍ଡେଶନ୍‌ ଦ୍ୱାରା ଆୟୋଜିତ ସ୍ବଦେଶୀ ମେଳା ‘ଇଣ୍ଡିଆନ ଆମେରିକାନ ଟ୍ରେଡ୍‌ ଫେୟାର’ ଅବସରରେ ଶାଲୁଙ୍କୁ ଇଣ୍ଟରନ୍ୟାଶନାଲ ଓମେନ ଅଫ୍‌ ଦି ଇୟର ପୁରସ୍କାରରେ ପୁରସ୍କୃତ (ସମ୍ମାନିତ) କରାଯାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟର ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ ୧୦ ନିୟୁତ ଲୋକଙ୍କ ବିକାଶ ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ଶାଲୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଅପରପକ୍ଷରେ ଉକ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଶିିକାଗୋସ୍ଥିତ ଭାରତ ଦୂତାବାସର କନ୍‌ସଲ୍‌ ଜେନେରାଲ୍‌ ସୋମନାଥ ଘୋଷ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ଏହି ସମ୍ମାନଜନକ ପ୍ରଶଂସା ପାଇବା ପରେ ଶାଲୁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଭାରତରେ ଲୋକଙ୍କ ଜୀବନଶୈଳୀକୁ ଆହୁରି ସମୃଦ୍ଧ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏପରିକି ଏହି ପୁରସ୍କାର ପାଇଥିବାରୁ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି। ଏହି ପୁରସ୍କାର ଟିମ୍‌ ଜେଏସ୍‌ପି ଫାଉଣ୍ଡେଶନର ସାମୂହିକ ପ୍ରୟାସର ଏକ ସ୍ବୀକୃତି ହୋଇଥିବାବେଳେ ଦେଶ ତଥା ସମଗ୍ର ବିଶ୍ୱରେ ବଞ୍ଚିତ ତଥା ସାମାଜିକ ଦୁର୍ବଳବର୍ଗଙ୍କ ଉଜ୍ଜ୍ୱଳ ତଥା ଅଧିକ ଅନ୍ତର୍ଭୁକ୍ତି ଭବିଷ୍ୟତ ସୃଷ୍ଟି କରିବାକୁ ଆମର ପ୍ରଚେଷ୍ଟା ଜାରି ରହିବ ବୋଲି ଶାଲୁ ମତପ୍ରକାଶ କରିଛନ୍ତି। ସେହିପରି ଜେଏସ୍‌ପି ଫାଉଣ୍ଡେଶନର ଚେୟାରପର୍ସନ୍‌ ଭାବେ ଶାଲୁ ଜିନ୍ଦଲ ମୁଖ୍ୟତଃ ଛତିଶଗଡ଼, ଓଡ଼ିଶା ଓ ଝାଡ଼ଖଣ୍ଡ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତୀକରଣ ଏବଂ ସାମାଜିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛନ୍ତି।

Share