Categories: ଜାତୀୟ

ଅନ୍ତର୍ଜାତୀୟ ମହିଳା ଦିବସରେ ଗୁଗଲର ସ୍ପେଶାଲ ଡୁଡଲ

ନୂଆଦିଲ୍ଲୀ,୮ ।୩: କିଛି ବିଶେଷ ଅବସରରେ ଗୁଗଲ ସ୍ପେଶାଲ ଡୁଡଲ ପ୍ରସ୍ତୁତ କରୁଥିବା ବେଳେ ଏଥର ବି ଚଳିତ ବର୍ଷର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୁଗଲ କରିଛି ସ୍ପେଶାଲ ଡୁଡଲ । ଏକ ଆକର୍ଷଣୀୟ ଓ କ୍ରିଏଟିଭ ଡୁଡଲ ବନାଇଛି ଗୁଗଲ । ଏହି ଆନିମେଟେଡ ଡୁଡଲରେ ମହିଳାଙ୍କ ଧୈର୍ଯ୍ୟ, ତ୍ୟାଗ ସହ ସେମାନଙ୍କ ମଧ୍ୟରେ ଥିବା ଆତ୍ମବିଶ୍ୱାସକୁ ଦର୍ଶାଇଛି । ଗୁଗଲର ହୋମ ପେଜରେ ଆନିମେଟେଡ ସ୍ଲାଇଡ ଶୋ’ସହ ଏକ ଆକର୍ଷଣୀୟ ଡୁଡଲ ଦେଖାଯାଇଛି । ଯେଉଁଥିରେ ବିଭିନ୍ନ ସଂସ୍କୃତି ସହ ମହିଳାଙ୍କ ଜୀବନର ଅସଲ ସତ୍ୟକୁ ଦର୍ଶାଯାଇଛି । ଏଥିରେ କର୍ମଜୀବି ମହିଳାଙ୍କଠାରୁ ମୋଟରସାଇକେଲ ମେକାନିକ ପର୍ଯ୍ୟନ୍ତ ସମସ୍ତଙ୍କୁ ଦର୍ଶାଯାଇଛି । ଗୁଗଲର ଏହି ଡୁଡଲ ବେଶ ରୋଚକ ହୋଇଛି ।

Share